ସାର ବୋଝେଇ ଟ୍ରକ ଜବତ |
ଝରିଗାଁ, ୧୪/୧୨ ( ନକୁଳ ଭତ୍ରା ) : ଆଜି ସକାଳ ପ୍ରାୟ 9ଘଂଟିକା ସମୟରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଂଚାୟତ ଅନ୍ତର୍ଗତ ସାରିଆପଡା ଗ୍ରାମ ଭିତରେ ଏକ ସାର ବୋଝଇ ଟ୍ରକକୁ ଗ୍ରାମବାସୀ ଜବତ କରିଥିବା ସୂଚନା ମିଳିଛି |ସୂଚନା ପ୍ରକାରେ, ଡାବୁଗାଁ ଆଡୁ ଏକ ସାର ବୋଝଇ ଟ୍ରକ ସାରିଆପଡା ଦେଇ ବଡ଼ ଟେମରାକୁ ଯାଉଥିଲା |ଯେଉଁ ଟ୍ରକରେ କି 700ପକେଟ ଡିଏପି ଲୋଡ଼ କରାଯାଇଛି |ଟ୍ରକରେ ସାର ଚାଲାଣ ହେଉଥିବା ଜାଣିପାରିବା ପରେ ଗ୍ରାମର କିଛି ବ୍ୟକ୍ତି ଟ୍ରକକୁ ଅଟକେଇ ଝରିଗାଁ ଆତ୍ମା ଚେୟାରମ୍ୟାନ ଚିତ୍ର ପ୍ରସାଦ ତିୱାରୀଙ୍କୁ ଖବର ଦେଇଥିଲେ |ଆତ୍ମା ଚେୟାରମ୍ୟାନ ଘଟଣା ସ୍ଥଳରେ ପହଂଚି ଝରିଗାଁ କୃଷି ବିଭାଗକୁ ଫୋନରେ ସୂଚନା ଦେବା ପରେ ଏଏଓ ପ୍ରଭାତ ନାୟକ ଓ ଏଟିଏମ ସଞ୍ଜୟ ପ୍ରଧାନ ଘଟଣା ସ୍ଥଳରେ ପହଂଚି ଟ୍ରକକୁ ଜବତ କରି ଝରିଗାଁ କୃଷି ଅଫିସକୁ ଘେନି ଯାଇଥିଲେ |ସେଠାରେ ଟ୍ରକ ପହଂଚିବା ପରେ ଟ୍ରକର କାଗଜପତ୍ର ଯାଞ୍ଚ କରାଯିବା ସହିତ ଅନ୍ୟ ସବୁ ବିଷୟ ପଚରାଉଚରା କରୁଥିବା ଜଣାପଡିଛି |ଚାଷକାର୍ଯ୍ୟ ଚାଲିଥିବା ସମୟରେ ଚାଷୀଙ୍କୁ ସାର ନିଅଣ୍ଟ ହେଉଥିବା ବେଳେ ଅସମୟରେ ଟ୍ରକ ଟ୍ରକ ସାର କେଉଁଠୁ ବାହାରିଲା ଓ କେଉଁଠିକୁ ନିଆଯାଉଛି ବୋଲି ଚାଷୀମହଲାରେ ଚର୍ଚ୍ଚା ଚାଲିଛି |ଘଟଣା ବିଷୟ ରେ ଏଟିଏମ ସଞ୍ଜୟ ପ୍ରଧାନଙ୍କୁ ପଚାରିବାରୁ ସେ ଗାଡିର ସମସ୍ତ କାଗଜପତ୍ର ଠିକ ଅଛି ଓ ଆଗାମୀ ପଦକ୍ଷେପ କଣ ରହିବ ସେ ବିଷୟରେ ସ୍ପଷ୍ଟ ସୂଚନା ଦେଇନାହାନ୍ତି