ତେରେସିଂହା ଗ୍ରାମରେ ପଞ୍ଚାୟତ ସ୍ତରୀୟ, କୁରାଳ ସମାଜର ବୈଠକ ଅନୁଷ୍ଠିତ
କର୍ଲାମୁଣ୍ଡା, ୧୪/୧୨ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ କୁରାଳ ସମାଜର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ସମାଜର ସଭାପତି ଚତୃଭୁଜ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ସମାଜର କର୍ଲାମୁଣ୍ଡା ବ୍ଲକ ସଭାପତି ମୁରଲୀଧର ରଣା ମୁଖ୍ୟ ଅତିଥି, ଶିକ୍ଷାବିତ୍ ସୁବିନ୍ଦ୍ର ରଣା ମୁଖ୍ୟବକ୍ତା, ପୂର୍ବତନ ଉପସଭାପତି ଭୁବନେ ରଣା, ତ୍ରିନାଥ ରଣା, ଉପସଭାପତି ପର୍ଶୁରାମ ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ପାଦକ ମନୋଜ ରଣା ମଞ୍ଚ ପରିଚାଳନା କରିଥିବା ବେଳେ କୁରାଳ ପୂଜା ସମ୍ପାଦକ ଦେବେନ୍ଦ୍ର ରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ବୈଠକରେ ପଞ୍ଚାୟତର ଶତାଧିକ ସଦସ୍ୟ ଯୋଗଦେଇ ଥିଲେ।
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ