Hot Posts

6/recent/ticker-posts

ଶିକ୍ଷାବିତ ଗୋପବନ୍ଧୁ ସାମଲଙ୍କ ସ୍କତି ଓ ସମ୍ବର୍ଦ୍ଧନା ସଭା

ବରୀ, ୧୪/୧୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥପୁର ପଞ୍ଚାୟତର ମଢ଼ିଆଳି ଠାରେ ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ସ୍ବର୍ଗତ ଗୋପବନ୍ଧୁ ସାମଲଙ୍କ ଏକାଦଶାହ ଉପଲକ୍ଷେ ସ୍କତିଚାରଣ ସଭା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଅଖିଳ ଚନ୍ଦ୍ର ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଜୟ କୁମାର ଓଝା। ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ସାମଲଙ୍କ କରିଥିଲେ। ପ୍ରଥମେ ସ୍ବର୍ଗତ ଗୋପବନ୍ଧୁ ସାମଲଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବା ପରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶରତ ନାୟକ, ରମାକାନ୍ତ ନାୟକ, ଅକ୍ଷୟ କୁମାର ସେଠୀ, ଶିକ୍ଷାବିତ ସାଧୁ ଚରଣ ସାମଲ, ସନ୍ତୋଷ କୁମାର ବେଉରିଆ, ଆଇନଜୀବୀ ଅମ୍ବିକା ପ୍ରସାଦ ସାମଲ, ରତ୍ନାକର ସାହୁ, ଖଗେଶ୍ବର ସାହୁ, ସାମ୍ବାଦିକ ସରୋଜ କୁମାର ସାହୁ, ବନମାଳୀ ପତି, ମିନକେତନ ପୁହାଣ, ମାଧବାନନ୍ଦ ଦାସ ପ୍ରମଖଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ଚନ୍ଦ୍ର ପଣ୍ଡା, ସୁଶାନ୍ତ ସାମଲ, ବଟକୃଷ୍ଣ ମଲ୍ଲୀକ, ଅବରେନ୍ଦ୍ର ବେଉରିଆ, କୃପାସିନ୍ଧୁ ସାମଲ ପ୍ରମୁଖ ଯୋଗଦେଇ ସ୍ବର୍ଗତ ସାମଲଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋଚନା କରିଥିଲେ।ଶେଷରେ ବିଶେଷ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି କବି ପଦ୍ମାକର ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ସ୍ୱର୍ଗତଃ ସାମଲଙ୍କ ଝିଅ ମାନସୀ ଓ ଜ୍ବାଇଁ ଭାରତ ଭୁଷଣ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।