ଅବ୍ୟବସ୍ଥା ଘେରରେ ଅଙ୍ଗନବାଡି କେନ୍ଦ୍ର ୩୬ କେନ୍ଦ୍ରର ନାହିଁ. ନିଜସ୍ଵ ଗୃହ
ଝରିଗାଁ, ୧୫/୧୧ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ଥିବା ଅନେକ ଅଙ୍ଗନବାଡି କେନ୍ଦ୍ର ଅବ୍ୟବସ୍ଥା ଘେରରେ ରହିଛି। ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟକୟରୁ ମିଳିଥିବା ସୂଚନା ଅନୁସାରେ ଏହି ବ୍ଳକର ୨୩ ଗୋଟି ପଞ୍ଚାୟତରେ ମୋଟ ଅଙ୍ଗନବାଡି କେନ୍ଦ୍ରରେ ନିଜସ୍ଵ ଗୃହ ଥିବା ବେଳେ ୩୬ ଅଙ୍ଗନବାଡି କେନ୍ଦ୍ରରେ ନିଜସ୍ୱ କୋଠା ନାହିଁ । ନିଜସ୍ଵ ସ୍ଥାୟୀ ଗୃହ ନଥିବା ଫଳରେ କୁନି କୁନି ପିଲାମାନ ଙ୍କୁ କାହା ଘର ବାରଣ୍ଡାରେ ନଚେତ ଖୋଲା ଆକାଶ ତଳେ ଶିକ୍ଷାଦାନ କରିବାକୁ ପଡୁଛି। ତେବେ ଏ ସବୁ ମଧ୍ୟରେ କେତେକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ ସମ୍ପର୍ଣ୍ଣ ସାରିଥିଲେ ହିଁ ହସ୍ତାନ୍ତର ହୋଇନାହିଁ । ଅନ୍ୟ କେତେକ ଅଙ୍ଗନବାଡି ଗୃହ ଠିକାଦାରଙ୍କ ଅବହେଲା ଯୋଗୁଁ ଅଧା ସନ୍ତିଆ ଭାବେ ରହିଛି । କେଉଠି କୋଠା ନ ଥିବା ରୁ ଅଦୌ ଶିକ୍ଷାଦାନ ହେଉ ନ ଥିବା ସୂଚନା ରହିଛି । ଅନ୍ୟ ପଟେ ୩୬ ଟି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ହୋଇ ନ ଥିବା ବେଳେ ୧୪୬ଟି ସ୍ଥାନରେ ଅଙ୍ଗନବାଡି କେନ୍ଦ୍ରରେ ନଳକୂପ ର ବ୍ୟବସ୍ଥା ନାହିଁ। ଏହିସବୁ ଅବ୍ୟବସ୍ଥା ଘେରରେ ଅନେକ ଅଙ୍ଗନବାଡି କେନ୍ଦ୍ର ଗତି କରୁଛି । ଯାହା ଫଳରେ ପ୍ରସୂତୀ ଗର୍ଭବତୀ ମହିଳା ଓ ଶିଶୁ ବିକାଶ ପ୍ରକାଳ୍ପ ଅଧିନରେ ଥିବା ୩୦୪ ଅଙ୍ଗନବାଡି କେନ୍ଦ୍ରକୁ ୧୩ ଗୋଟି ସେକ୍ଟରରେ ଭାଗ କରାଯାଇଛି। ଏହି ସବୁ ସେକ୍ଟର ପାଇଁ ଜଣେ ଲେଖାଏଁ ନିଯୁକ୍ତି ରହିବା କଥା ୪ଜଣ ସୁପରଭାଇଜର ରେ କାମ ଚାଲିଛି। ପଦବୀ ଖାଲ ପଡିପାବା ରୁ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷେ ଏହି ସବୁ ସମସ୍ୟର ସମାଧାନ ଦିଗରେ ପ୍ରଶାସନ ପଦକ୍ଷପ ନିଅନ୍ତେ ତାହେଲେ ଅଞ୍ଚଳର ଅଙ୍ଗନବାଡି ସେବା ଅଧିକ ସୁଗମ ହୋଇ ପାରନ୍ତା । ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ଯାଇଛି ।