Hot Posts

6/recent/ticker-posts

ତୁମୁଡି଼ବନ୍ଧ ରେ ମାଣ୍ଡିଆ ଓ କୁଇରି ଖାଦ୍ୟ ମେଳା

ଫୁଲବାଣୀ, ୧୫/୧୧ (ବାଳକୃଷ୍ଣ କହଁର) : କନ୍ଧମାଳ ଜିଲ୍ଲା ତୁମୁଡି଼ବନ୍ଧ ବ୍ଲକ ନିକଟସ୍ଥ ନେତାଜୀ ସୁବାସ ବୋଷ ଡ଼ିଗ୍ରୀ ମହାବିଦ୍ୟାଳୟ ପରିସର ପଡ଼ିଆରେ ଦେଖିବାକୁ ମିଳିଛି ଅନ୍ନ ଅଭିଯାନ । ଏହି ଅନ୍ନ ଅଭିଯାନ ତୁମୁଡି଼ବନ୍ଧ ନିର୍ମାଣ ହୋଇଥିବା NGO ଅନୁଷ୍ଠାନ ତରଫରୁ ହୋଇଥିଲା । ଏହି ଅନ୍ନ ଅଭିଯାନ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ର ହାତ ତିଆରି ମାଣ୍ଡିଆ ଜାତୀୟ ଖାଦ୍ୟ ମେଳାକୁ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ତୁମୁଡି଼ବନ୍ଧ କୃଷି ବିଭାଗୀୟ ଅଧିକାରୀ ସରୋଜ ଶତପଥୀ ତୁମୁଡି଼ବନ୍ଧ ପଞ୍ଚାୟତ ସରପଞ୍ଚ ସରପଞ୍ଚ ପ୍ରିଅଙ୍କା ପାଡ୍ରା ଏବଂ ତୁମୁଡିବନ୍ଧ ICDS ଲତା ଦିଗାଲ ଉଦଘାଟନ କରି କାର୍ଯ୍ୟକ୍ରମ କୁ ଆଗକୁ ନେଇଥିଲେ । ଏହି ଖାଦ୍ୟ ମେଳାରେ ହୋଇଥିବା ମାଣ୍ଡିଆ ଓ କୁଇରି ଦ୍ଵାରା ପ୍ରସ୍ତୁତ ହୋଇଥିବା ଖାଦ୍ୟ ଯଥା ବରା, ପିଆଜି, ପକୁଡ଼ି, ଖିରି ଓ ମଣ୍ଡା ତିଆରି ହୋଇଥିଲା | ଏହି ଖାଦ୍ୟ ମାଣ୍ଡିଆ ଓ କୁଇରି କ୍ଷୁଦ୍ର ଶସ୍ୟ ଦ୍ଵାରା ପ୍ରସ୍ତୁତ କରିଥିଲେ । ମୁଣ୍ଡିଗଡ଼ର ଗାୟତ୍ରୀ ସ୍ୱୟଂ ସୋହାୟକ ଗୋଷ୍ଠି ଖାଦ୍ୟ ମେଳାରେ ଉପସ୍ଥିତ ଥିବାବେଳେ ଶହେ ସତୁରି ଜଣ ଖାଇ ସ୍ୱାଦର ମଜା ନେଇଥିଲେ। ଏହି କାର୍ଯ୍ୟକ୍ରମ କୁ ନିର୍ମାଣ ହୋଇଥିବା NGO ର ସତ୍ୟଜିତ୍ ସ୍ୱାଇଁ ଙ୍କ ନେତୃତ୍ୱରେ ହୋଇଥିଲା | କାର୍ଯ୍ୟକ୍ରମ କୁ ରାମେଶ୍ୱର ବାସ୍ତରାଏ ସହିତ ନିର୍ମାଣ NGO ର ସମସ୍ତ କର୍ମଚାରି ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ |

 କନ୍ଧମାଳ ଜିଲ୍ଲାରୁ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିୟୁଜ ।