ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣି ଶିବିର , ରେଙ୍ଗା ପଞ୍ଚାୟତ ।
କୋରାପୁଟ, ୨୫/୧୧ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲା ସେମିଳିଗୁଡା ସମିତି ଅନ୍ତର୍ଭୁକ୍ତ ରେଂଗା ପଞ୍ଚାୟତରେ ସଚେତନତା ଓ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ନବୀନା ହନ୍ତାଳଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିଲା । କିନ୍ତୁ କିଛି ସମୟ ପାଇଁ ବୈଠକରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । କାରଣ ଏହି ଗ୍ରାମ ପଞ୍ଚାୟତର ବିଭିନ୍ନ ୱାର୍ଡର ୱାର୍ଡ ମେମ୍ବର ମାନଙ୍କ କୌଣସି ଅଭିଯୋଗକୁ କାର୍ଯ୍ୟକାରୀ କରାଯାଉନଥିବାରୁ ୱାର୍ଡ ମେମ୍ବର ମାନେ ଏହି ଅଭିଯୋଗ ଶୁଣାଣୀ ବୈଠକରେ ଯୋଗଦେବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି । ସର୍ବଦା ଏହି ପଞ୍ଚାୟତ ବିବାଦ ଘେରରେ ରହି ଆସୁଅଛି । ଯଦି ଆଗାମୀଦିନରେ ଅଭିଯୋଗ କାର୍ଯ୍ୟକାରୀ ନହେଲେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବାକୁ ସମସ୍ତ ୱାର୍ଡ ମେମ୍ବର ବାଧ୍ୟ ହେବେ। ମନ ମତାବକ କାର୍ଯ୍ୟ ନକରି ସମସ୍ତଙ୍କ ସାଥିରେ ସମସ୍ତଙ୍କ ବିକାଶ କରିବାକୁ ସରପଞ୍ଚ ଓ ଆଗନ୍ତୁକ ସରକାରୀ ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ ।ଉକ୍ତ ଶିବିରରେ ବି.ଏସ୍.ଏସ.ଓ ଶ୍ରୀମତୀ ଟି.ସୁରଭି, ଜେ.ଇ ଶ୍ରୀମତୀ ମିତଞ୍ଜଳି, ପି.ଇ.ଓ ଶ୍ରୀ ଶ୍ରୀନିବାସ ପଟ୍ଟନାୟକ, ପି.ସି.ଏସ.ଏସ.ଏ କୋଡ଼ିନେଟର ଶ୍ରୀ ପ୍ରମୋଦ ଖିଲ,ଏ.ପି.ଇ.ଓ ଶ୍ରୀ ବାବୁରାଓ ହନ୍ତାଳ, ନାଏବ ସରପଞ୍ଚ ଶ୍ରୀ ସୋନୁ ପାଙ୍ଗି ସହ ଫରେଷ୍ଟର, ଏ.ଏନ.ଏମ, ଏଲ୍.ଆଇ , ସି.ଆର୍.ସି ଉପସ୍ଥିତ ଥିଲେ ।
କୋରାପୁଟରୁ ବିପିନ କୁମାର ହିଆଲଙ୍କ ରିପୋର୍ଟ ନବଦୂତ ନିୟୁଜ