Hot Posts

6/recent/ticker-posts

ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବିଭାଗୀୟ ଅଧିକାରୀଙ୍କୁ ଭେଟି ଆଲୋଚନା କଲେ ବିଧାୟକ

କନ୍ଧମାଳ ୨୪/୧୧ (ଅଚ୍ୟୁତ ଜାନି) : ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲିକ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ପାଣିଘରା ଠାରେ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଉଥିବା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ବିଭିନ୍ନ ବ୍ୟବସ୍ଥା ବୁଲି ଦେଖିବା ସହ ପ୍ରକଳ୍ପ ନିର୍ମାଣ ଦାୟିତ୍ବରେ ଥିବା ଏଲ ଏଣ୍ଡ ଟି କମ୍ପାନୀର ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । କମ୍ପାନୀ ବିଭାଗୀୟ ଅଧିକାରୀ ତରଫରୁ ଆମ୍ଭେ ଯୁଦ୍ଧ କାଳୀନ ଭିତିରେ କାମ କରୁଛୁ ଆଉ ଖୁବଶୀଘ୍ର ପ୍ରକଳ୍ପକୁ ଶେଷ କରିବୁ ବୋଲି ଅଧିକାରୀ ମାନେ କହିଥିଲେ । ଗ୍ରସ୍ତ ସମୟରେ ଫୁଲବାଣୀ ବିଧାୟକ ଶ୍ରୀ ମଲିକଙ୍କ ସହ ଗ୍ରାମୀଣ ଜଳ ଯୋଗାଣ ବିଭାଗର ଉପ-ବିଭାଗୀୟ ଅଧିକାରୀ ତୀର୍ଥବାସୀ ପ୍ରଧାନ ଓ ବିଜେପି ଦଳୀୟ ନେତା ମୁକ୍ତିକାନ୍ତ ମହାନ୍ତି, ଖଜୁରୀପଡ଼ା ବ୍ଲକ ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ମଣ୍ଡଳ ସଭାପତି ଶ୍ରୀ ରଞନ କୁମାର କହଁର, ସାଧାରଣ ସମ୍ପାଦକ କେଦାର ଗୌରୀ ସାହୁ, ରୋହିତ କୁମାର ପ୍ରଧାନ, ରଞ୍ଜନ କୁମାର ପ୍ରଧାନ (ଲୁଲୁ) ବିରଜା ପ୍ରସାଦ ବଗର୍ତ୍ତୀ ପ୍ରମୁଖ ସାମିଲ ଥିଲେ ।