Hot Posts

6/recent/ticker-posts

ଦଳ ଭର୍ତ୍ତି କାନ୍ତକାର, ସଫା କରିବାକୁ ସରକାର ପଦକ୍ଷେପ ନେବାକୁ ଦାବି

ବରୀ, ୨୫/୧୧ ( ରଂଜିତ ମହାନ୍ତି ) : ଦଳ ଭର୍ତ୍ତି କାନ୍ତକାର, ସଫା କରିବାକୁ ସରକାର ପଦକ୍ଷେପ ନେବାକୁ ଦାବି ବରୀ ଅଞ୍ଚଳର ଏକ ପ୍ରମୁଖ ଜଳାଶୟ ଭାବେ କାନ୍ତକାରର ପରିଚୟ ରହିଛି । ବହୁ କିମ୍ବଦନ୍ତୀ ମଧ୍ୟ ରହିଛି କାନ୍ତକାରକୁ ନେଇ । ଏକଦା ଏହି ଜଳାଶୟ ଉପରେ ବରୀ ଓ ରମ୍ପା ପଞ୍ଚାୟତର ଲୋକମାନେ ନିର୍ଭରଶୀଳ ଥିଲେ । ହେଲେ ଏହା ଏବେ ଦଳ ଭର୍ତ୍ତି ହୋଇ ପଡିରହିଛି । ଏହି ଜଳାଶୟରେ କିଛି ଅଂଶ ବରୀ ପଞ୍ଚାୟତ ଅଧିନରେ ଥିଲା ବେଳେ କିଛି ଅଂଶ ବ୍ୟକ୍ତି ଗତ ମାଲିକାନାରେ ରହିଛି । ପୂର୍ବରୁ ଏହି ଜଳାଶୟରେ ଦୁଇଟି ପଞ୍ଚାୟତର ଶତାଧିକ ଲୋକ ଶୌଚ ହେଉଥିଲେ । ପୂଜା ପାର୍ବଣ ସମୟରେ ଏଠାରୁ କଳସରେ ପାଣି ଉଠା ଯାଏ । ପୂର୍ବରୁ ବନ୍ୟା ଆସିଲେ ଏହି ଦଳ କିଛି ପରିମାଣରେ ସଫା ହୋଇ ଯାଉଥିଲା । ହେଲେ ବନ୍ୟା ନ ଆସିବାରୁ ଏହି ଦଳ ଏବେ ପୁରା ଜଳାଶୟରେ ମାଡି ସାରିଲାଣି । ଫଳରେ ଏହି ଜଳାଶୟ ଆଉ ବ୍ୟବହାର ଯୋଗ୍ୟ ହେଉନାହିଁ । ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୋଖରୀ ଖନନ କରୁଥିଲା ବେଳେ ଏହି ଜଳାଶୟର ପୁନରୁଦ୍ଧାର କରିବାକୁ କାହିଁକି ପଦକ୍ଷେପ ନେଉ ନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାର ଏହି ଜଳାଶୟର ଦଳକୁ ସଫା କରି ଏହାକୁ ବ୍ୟବହାର ଯୋଗ୍ୟ କରିବାକୁ ସାଧାରଣରେ ଦାବି ହୋଇଛି ।