Hot Posts

6/recent/ticker-posts

ଗାଡ଼ି ରାସ୍ତାରେ ଯାଉଥିବା ବେଳେ ଶଙ୍ଖପୋଲ ଭାଙ୍ଗିଲା

ଫୁଲବାଣୀ, ୨/୧୧ ( ବାଳକୃଷ୍ଣ କହଁର ) : ନଳକୂଅ ଗାଡ଼ି ରାସ୍ତାରେ ଯାଉଥିବା ବେଳେ ଏକ ଶଙ୍ଖପୋଲ ଭାଙ୍ଗି ଯିବାରୁ ଅଟକି ରହିଲା ନଳକୂପ ଗାଡ଼ି ଚାଳକ ଧ୍ୟାନର ସହିତ ନଜର ରଖିବାରୁ ଗାଡ଼ିର କୌଣସି ଅସୁବିଧା ହୋଇନାହିଁ | ନୂତନ ନଳକୂଅ ତିଆରି କରିବାକୁ ଯିବା ସମୟରେ ଭାଙ୍ଗି ଗଲା ଶଙ୍ଖପୋଲ କାକ୍ରିକେତା ନାଳ ଅସମ୍ଭାଳ ହୋଇ ଭାଙ୍ଗି ଗଲା ଯାହା ଫଳରେ ଗମନାଗମନ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ | କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକର ସାର୍ତ୍ତୁଳ ପଞ୍ଚାୟତ ଅନ୍ତର୍ଗତ ଆଡ଼ିପଦରର ଏକ କାକ୍ରିକେତା ନାଳ ଶଙ୍ଖପୋଲ ଠାରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଚି | ଉପାନ୍ତ ଅଞ୍ଚଳ ବୋଲି ସୂଚନା ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପ୍ରଶାସନ ଜାଣିଶୁଣି ଆସିନାହାନ୍ତି ବୋଲି ଗ୍ରାମବାସୀ ମାନେ କହୁଛନ୍ତି | ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତା ନିର୍ମାଣ ହୋଇଥିଲେ ସୁଧା ଠିକ ଭାବରେ କାର୍ଯ୍ୟରତ ହୋଇ ନାହିଁ ଏବଂ ଗାଡାମାହା ନାଳ ଦେଇ ବର୍ଷା ଦିନରେ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ ଯାଉଛନ୍ତି ବୋଲି ଅଞ୍ଚଳବାସୀ କହୁଛନ୍ତି | ସରକାରଙ୍କୁ ଗୁହାରି କରି ଜଣାଇଛନ୍ତି ଗାଡାମାହା ନାଳ ଶଙ୍ଖପୋଲ ନିର୍ମାଣ ଏବଂ ରାସ୍ତା ମରାମତି କରିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି |

କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିଉଜ।