ଜାତୀୟ ରାଜପଥ ୨୬ର ଶଗଡା ନଦୀ ପୋଲ ନିକଟରେ ଦୁର୍ଘଟଣା ଜଣେ ଗୁରୁତର
ଭବାନୀପାଟଣା, ୦୩/୧୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ସୋମବାର ସକାଳ ୬.୧୫ ମିନିଟ ସମୟରେ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ ୨୬ର ଭବାନୀପାଟଣା ଜୁନାଗଡ଼ ମଧ୍ୟରେ ଥିବା ଶଗଡା ନଦୀ ପୋଲ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ମାରୁତି ଓ୍ବାଗନର କାର ଯୋଗେ ଆନ୍ଧ୍ରପ୍ରଦେଶ ଅଞ୍ଚଳର ଦୁଇ ଯୁବକ ନବରଙ୍ଗପୁର ଠାରୁ ଭବାନୀପାଟଣା ପଟକୁ ଯାଉଥିବା ବେଳେ ଶଗଡା ନଦୀ ନିକଟରେ କୌଣସି କାରଣରୁ ଚାଳକ କାରରୁ ନିୟନ୍ତ୍ରଣ ହରାଇଥିଲେ ଫଳରେ କାରଟି ରାସ୍ତା କଡର ପ୍ରାୟ ୨୫ ଫୁଟ ତଳକୁ ଖସି ପଡି ଓଲଟି ପଡିଛି । ଫଳରେ ଚାଳକ ଜଣକ ଗୁରୁତର ହେଇଥିବା ବେଳେ ସାଥିରେ ଥିବା ଅନ୍ୟ ଜଣେ ସାମାନ୍ୟ ଆହତ ହେଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ନଥିବାରୁ ଗୁରୁତରଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତରିତ କରାଯାଇ ନାହିଁ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ