ଆରଏସଏସ ର ଶତବାର୍ଷିକୀ ଉତ୍ସବରେ ଜିଲ୍ଲା ସ୍ତରୀୟ ପଥସଞ୍ଚଳନ।
ଜୟପୁର, ୩।୧୧ ( ଏ. ଭେଙ୍କଟ ରାଓ ) : ଗତକାଲି କୋରାପୁଟ ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଜୟପୁର ନଗର ଠାରେ ବିଜୟା ଦଶମୀ ଉତ୍ସବ ସହ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ପଥ ସଂଞ୍ଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବସ୍ତର ଜିଲ୍ଲା ସଦଭାବନା ପ୍ରମୁଖ ରାଜ ବାହାଦୂର ସିଂଙ୍ଗ ରାନା ଜିଲ୍ଲା ସଂଘ ଚାଳକ ସଂଶାଇ ଗାଦବା ଜିଲ୍ଲା ଶାରୀରିକ ପ୍ରମୁଖ ମାନସିଂହ ଘୁୟୁରିଆ ମୋଞ୍ଚାଶିନ ଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଥିଲେ ସଂଘ କୌଣସି ଜାତି ଏବଂ ଧର୍ମ କୁ ପ୍ରାଥମିକତା ଦିଏନାହିଁ ସେ ଯେ କୌଣସି ଜାତିର କିମ୍ବା ଧର୍ମର ହୋଇଥିଲେ ମଧ୍ୟ ରାଷ୍ଟ୍ର ଭକ୍ତି ଏବଂ ରାଷ୍ଟ୍ର ନିର୍ମାଣର ଅଗ୍ରଦୁତ ହେବା ଦରକାର ଆଗାମୀ ଦିନରେ ପଞ୍ଚ ପରିବର୍ତ୍ତନ ସହ ସମସ୍ତେ ହିନ୍ଦୁ ରାଷ୍ଟ୍ର ନିର୍ମାଣର ପରିକଳ୍ପନା କରିବା ପାଇଁ ଏକତ୍ରିତ ହୋଇ କାର୍ଯ୍ୟ ସମ୍ପାଦନ କରିବାକୁ ଆଗଭର ହେବାକୁ ନିବେଦନ କରିଥିଲେ। ଏହି ପଥ ସଂଞ୍ଚଳନ ଟି ଦଶହରା ପଡିଆରୁ ଆରମ୍ଭ ହୋଇ ପାରାବେଡା ଗୋପବନ୍ଧୁ ନଗର ଭାଦ୍ରାୟାସାହି ବେଲରୋଡ ନୀଳକଣ୍ଠେଶ୍ଵର ମନ୍ଦିର ରାସ୍ତା ଲାଲସାହି ସର୍ଦାର ବଲ୍ଲଭାଇ ପଟେଲ ମାର୍ଗ ଦେଇ ପୁଣୀ ଦଶହରା ପଡିଆ ଠାରେ ସମାପ୍ତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ୨୦୦୦ ରୁ ଉର୍ଦ୍ଧ ସ୍ଵୟଂସେବକ ଉପସ୍ଥିତ ଥିଲେ।