Hot Posts

6/recent/ticker-posts

ନଭେମ୍ବର ୫ରେ ମୁକ୍ତିଲାଭ କରିବ ସିନେମା' ଜେଜେ ମା

ବରୀ, ୦୩/୧୧ ( ରଂଜିତ ମହାନ୍ତି ) : ସମାଜରୁ ଧିରେ ଧିରେ ଆପଣାର ପଣ ଲିଭିଯାଉଥିବାବେଳେ ରତ୍ନଗିରି କ୍ରିଏସନ୍ ନିବେଦିତ କ୍ଷୁଦ୍ର ଓଡ଼ିଆ ସିନେମା ‘ଜେଜେ ମା’ ମାଧ୍ୟମରେ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛି । ଅଧିକାଂଶ ପରିବାର ଭିତରେ ଏବେ ବୟସ୍କମାନେ ସତେ ଯେମିତିି ବୋଝ ପାଲଟି ଯାଉଛନ୍ତି । ଦିନେ ଯେଉଁ ମା ବାପାଙ୍କ ହାତ ଧରି ବାଟ ଚାଲିଶିଖିଥିବା ଶିଶୁ ଯେତେବେଳେ ବାପା କିମ୍ବା ମାଆ ହୋଇଯାଏ ସେତେବେଳେ କେମିତି ସେହି ବୃଦ୍ଧ ବାପା ଆଉ ଵୃଦ୍ଧା ମାଆଙ୍କୁ ଅବହେଳା କରୁଛି ତାହାର ନିଛକ ଚିତ୍ର ଜେଜେ ମାଆରେ ପ୍ରତିଫଳିତ ହୋଇଛି । କେବଳ ଜେଜେ ମାଆ ନୁହେଁ ଅନେକ ଚରିତ୍ର ନିଜ ପରିବାରଠାରୁ ଅଲଗା ହୋଇଗଲେ ବି କେମିତି ପରିବାରକୁ ସଜାଡିବା ପାଇଁ ନିଜର ଉଦ୍ୟମ ଅବ୍ୟାହତ ରଖିଛନ୍ତି ଓ ଶେଷରେ କଣ ପରିଣତି ହେଉଛି ତାହା ଏହି ସିନେମା ମାଧ୍ୟମରେ ଦର୍ଶାଯାଇଛି । ସଚେତନତାଧର୍ମୀ ଏଇ 'ଜେଜେ ମା' ସିନେମାଟି ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ନିଦର୍ଶନ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି । ରତ୍ନଗିରି କ୍ରିଏସନ୍ ବ୍ୟାନରରେ ନିର୍ମିତ ଏହି ଚଳଚିତ୍ରର ପ୍ରଯୋଜିକା ଅଛନ୍ତି ଶ୍ରୀମତୀ ଅନୁସୂୟା ଜେନା । କାହାଣୀ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ନଗେନ୍ କୁମାର ଜେନା ଏହାର ସହ ନିର୍ଦ୍ଦେଶକ ଅଛନ୍ତି ଦୁଷ୍ମନ୍ତ କୁମାର l ସିନେମାର କଳା ନିର୍ଦ୍ଦେଶକ ଭାବେ ଯୁବ ନିର୍ଦ୍ଦେଶକ କଳିଙ୍ଗ କେଶରୀ ନାୟକ କାର୍ଯ୍ୟ କରିଛନ୍ତି । ଡକ୍ଟର ଅଜୟ କୁମାର ଜେନା ଏହାର ସଂଳାପ ଓ ଟାଇଟେଲ୍ ଗୀତ ଲେଖିଥିବାବେଳେ ସ୍ୱର ସଂଯୋଜନା ଓ କଣ୍ଠଦାନ କରିଛନ୍ତି ବେଣୁ ଭାଇ । ସମସ୍ତ ସ୍ଥିର ଓ ଗତୀଶୀଳ ଚିତ୍ର ଉତ୍ତୋଳନ ଯୁବ କ୍ୟାମେରାମ୍ୟାନ୍ ସତ୍ୟ ଙ୍କ ଦ୍ୱାରା କରାଯାଇଛି। ସିନେମାର ମୁଖ୍ୟ ଭୂମିକାରେ ବରିଷ୍ଠ ଅଭିନେତା ପଙ୍କଜ ମହାନ୍ତି, ଅଭିନେତ୍ରୀ ରେଣୁ ଅଭିନୟ କରିଥିବାବେଳେ ଅନ୍ୟ ଭୂମିକାରେ ଗଣେଷ ପତି, ପ୍ରଦୀପ, ସୋନାକ୍ଷୀ, ଚୈତନ୍ୟ, ମୁକ୍ତେଶ୍ୱର, ସନ୍ତୋଷ, ନିହାର, ଲକି ଅଭିନୟ କରିଛନ୍ତି l ଏଥିରେ ଶିଶୁ କଳାକାର ଭାବେ ନୂଆ କରି ଅଭିନୟ କରିଛନ୍ତି ଦମନ । ଆଶିଷ୍ ଡିଜିଟାଲ ଷ୍ଟୁଡିଓ ରତ୍ନଗିରି ଠାରେ ଏହାର ଡବିଂ ଓ ଏଡିଟିଂ କାର୍ଯ୍ୟ କରାଯାଇଛି । ଉକ୍ତ ସିନେମାଟି ପରିବାର ଭିତରେ କମିଯାଉଥିବା ପାରିବାରିକ ସମ୍ପର୍କ ଓ ବରିଷ୍ଠ ମାନଙ୍କୁ ସମ୍ମାନ ଦେବାରେ ନିଶ୍ଚୟ ପ୍ରେରଣା ଦେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ପ୍ରକଟ କରାଯାଇଛି । 


ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ