ରିଷିଡ଼ା ତୈଳିକ ବଳଦିଆ ବୈଶ୍ୟ ସମାଜ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ
କର୍ଲାମୁଣ୍ଡା, ୦୫/୧୧ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ଶ୍ରୀ ଶ୍ରୀ ରାମଚନ୍ଦ୍ର ସ୍ୱାମୀ ସମିତି ତୈଳିକ ବଳଦିଆ ବୈଶ ସମାଜ ତରଫରୁ ବୋଇତ ବନ୍ଦାଣ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି I ପୂର୍ବେ ବ୍ୟବସାୟ ନିମନ୍ତେ ଦୀପପୁଞ୍ଜ କୁ ଜାହାଜରେ ଯାଇ ବ୍ୟବସାୟ କରି ଫେରୁ ଥିଲେ I ସେହି ପୂର୍ବ ପୁରୁଷଙ୍କୁ ମନେ ପକାଇ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥାନ୍ତି I ଗ୍ରାମ୍ୟ ସମିତି ସମ୍ପାଦକ ପଦ୍ମ କିଶୋର ସାହୁ, ଅନ୍ୟତମ ସମ୍ମାନିତ ଅତିଥି ଅନ୍ତର୍ଯ୍ୟାମୀ ସାହୁ, ପ୍ରମୋଦ କୁମାର ସାହୁ, ଲକ୍ଷ୍ମୀକାନ୍ତ ସାହୁ ବୋଇତ ବନ୍ଦାଣ ଉତ୍ସବରେ ପ୍ରଥମେ ବୋଇତ କୁ ପୂଜାର୍ଚ୍ଚନା କରିବା ଓ ନଗର ପରିକ୍ରମା କରିବା ପରେ ସମସ୍ତ ଅତିଥିଙ୍କୁ ପୁଷ୍ପମାଲ୍ୟ ସହ ଉପଢୌକନ ଦେଇ ସମ୍ମାନିତ କାର୍ଯ୍ୟକ୍ରମ ହୋଇଥିଲା I ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମହିଷାମର୍ଦ୍ଦିନୀ ନାଟକ ଅନୁଷ୍ଠିତ ହୋଇଥିବା ବେଳେ ବନ୍ଦିତା ରାଣୀ ସାହୁ, ସଞ୍ଜିତା ସାହୁ ଓ ଦିବ୍ୟଜ୍ୟୋତି ସାହୁଙ୍କୁ ମାନପତ୍ର ସହ ଟପି ପ୍ରଦାନ କରାଯାଇଥିଲା I ବନ୍ଦିସ୍ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମିତିର ସମସ୍ତ ସଭ୍ୟ ସହଯୋଗ କରିଥିଲ I