ପଦ୍ମପୁର ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ନଗର ସମ୍ମିଳନୀ ଅନୁଷ୍ଠିତ
ପଦ୍ମପୁର, ୦୫/୧୧ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ର ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଏବିଭିପିର ଓଡ଼ିଶା ପଶ୍ଚିମ ପ୍ରାନ୍ତର ଉପସଭାପତି ଶ୍ରୀଯୁକ୍ତ ଶିବ ପ୍ରସାଦ ସା, ସମ୍ମାନିତ ଅତିଥି ଭାବରେ ଜମଲା ଡ଼ିଗ୍ରୀ କଲେଜର ଅଧ୍ୟକ୍ଷ ଶ୍ରୀ ସ୍ୱାଧୀନ ପ୍ରଧାନ, ମୁଖ୍ୟ ବକ୍ତା ଭାବରେ ସମ୍ବଲପୁର ବିଭାଗ ସଂଗଠନ ମନ୍ତ୍ରୀ ଶ୍ରୀମାନ ବିଜୟ କଲତା ମଞ୍ଚାସୀନ ହୋଇଥିଲେ। ଅତିଥିମାନେ ଏବିଭିପିର ଲକ୍ଷ୍ୟ, ଆଦର୍ଶ ଓ ସାମ୍ପ୍ରତିକ ପରିସ୍ଥିତିରେ ଛାତ୍ର ତଥା ଯୁବ ସମାଜର ଭୂମିକା ବିଷୟରେ ଉଦବୋଧନ ଦେବା ସହ ରାଷ୍ଟ୍ର ନିର୍ମାଣରେ ବିଦ୍ୟାର୍ଥୀମାନଙ୍କ ଦାୟିତ୍ୱ ବିଷୟରେ ଆଲୋକପାତ କରିଥିଲେ। ନଗର ସମ୍ପାଦକ ଶ୍ରୀ ପ୍ରତ୍ୟୁଷ କୁମାର ଦାସ ସର୍ବପ୍ରଥମେ ବାର୍ଷିକ ବିବରଣୀ ପ୍ରଦାନ କରି ବିଗତ ସମୟରେ ହୋଇଥିବା କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ଆଲୋକପାତ କରିଥିଲେ। କିରଣ କୁମାର ବାଗ ମଞ୍ଚ ପରିଚାଳନା କରିଥିବା ବେଳେ ଆଦିତ୍ୟ ବନଛୋର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ପରିଶେଷରେ ମୁକେଶ ୟାଦବ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆଗାମୀ ସମୟରେ ପଦ୍ମପୁରରେ ଏବିଭିପିର ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ନଗର କାର୍ଯ୍ୟକାରିଣୀ ଓ ଅଞ୍ଚଳ ମହାବିଦ୍ୟାଳୟ ଶାଖାର କାର୍ଯ୍ୟକାରିଣୀ ଘୋଷଣା କରାଗଲା। ଏଥିରେ ନିମ୍ନଲିଖିତ କାର୍ଯ୍ୟକର୍ତ୍ତାମାନଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ନଗର କାର୍ଯ୍ୟକାରିଣୀ,ସଭାପତି- ଅଧ୍ୟାପକ ଅଭିଜିତପାଣିଗ୍ରାହୀ,
ଉପସଭାପତି- ସଦାନନ୍ଦ ସାହୁ, ନେପାଳ ଦିଶ୍ରୀ,ଅଭିଳାଷ ମିଶ୍ର,କିରଣ କୁମାର ବାଗ,
ସମ୍ପାଦକ- ପ୍ରତ୍ୟୁଷ କୁମାର ଦାସ,
ସହ ସମ୍ପାଦକ- ଆଦିତ୍ୟ ବନଛୋର, ନିରୂପମା ଭଗତ,ବାଦଲ ମେହେର,ସୌମ୍ୟରଞ୍ଜନ ସାହୁ,(JIST) ଓମପ୍ରକାଶ ପ୍ରଧାନ
ଛାତ୍ରୀ ପ୍ରମୁଖ- ସ୍ୱାଗତିକା ସାହୁ
ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ- ରଣବିର ଗୁର୍ଲା,ଖେଲୋ ଭାରତ ପ୍ରମୁଖ- ଅଭିଷେକ ଡନସନା,SFS ପ୍ରମୁଖ- ଡୋଳାମଣି ମେହେର
SFD ପ୍ରମୁଖ- ସୁମନ ଦିଶ୍ରୀ
ସୋସିଆଲ ମିଡ଼ିଆ ପ୍ରମୁଖ- ଶ୍ରୀମାନ ମହାନ୍ତି,କାର୍ଯ୍ୟକାରୀ ସଦସ୍ୟ- କିଶନ ଭୋଇ ଅଞ୍ଚଳ କଲେଜ କାର୍ଯ୍ୟକାରିଣୀ,ସଭାପତି- ମୁକେଶ ଯାଦବ,ଉପସଭାପତି- ଯୋଗେଶ,ବେହେରା,ଖାରବେଳ ସାହୁ,ଚିନ୍ମୟ ରଥ, ମନୀଷା ସାହୁ, ଶୁଭେନ୍ଦୁ ଭୋଇ ସମ୍ପାଦକ- ଆର୍ୟନ ରଣା,ସହ ସମ୍ପାଦକ- କୋଶଳ ପ୍ରଧାନ ଡୋଳାମଣି ରୋହିଦାସ କିଶନ ଭୋଇ ମହେଶ ମେହେରରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ- ଯଶୋବନ୍ତ ସାହୁ ଖେଲୋ ଭାରତ ପ୍ରମୁଖ- ରୋହନ ପୁରୋହିତ SFS ପ୍ରମୁଖ- ଅଶ୍ବିନୀ ରଣା
SFD ପ୍ରମୁଖ- ଆକାଶ ଦ୍ୱାରୀ
ସୋସିଆଲ ମିଡ଼ିଆ ପ୍ରମୁଖ- କ୍ରିଷ୍ଣା ହୋତା
କାର୍ଯ୍ୟକାରୀ ସଦସ୍ୟ- ବିକ୍ରାନ୍ତ ମାଝୀ ଆୟୁଷ ପ୍ରଧାନ ଯୋଗଦାନ ଦେଇଥିଲେ l
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ