ତେଲନଦୀ ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ତମ୍ବାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଭାବେ ପୁରସ୍କୃତ
ଝରିଗାଁ, ୨୧ । ୧୧ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଜାତୀୟ ତମ୍ଵାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ନବରଙ୍ଗପୁର ଜିଲ୍ଲାର ମୋଟ ୩୫ଟି ବିଦ୍ୟାଳୟ ଓ ୧୯ ଟି ମହାବିଦ୍ୟାଳୟ ମାନଙ୍କୁ ୨୦୨୪- ୨୫ ବର୍ଷ ପାଇଁ ସରକାରଙ୍କ ନିୟମାନୁସାରେ ତମ୍ବାଖୁ ମୁକ୍ତ ବିଦ୍ୟାଳୟ ଘୋଷଣା କରାଯିବା ସହ ମାନପତ୍ର ଓ ସ୍ମାରକୀ ପ୍ରଦାନ କରାଯାଇଥିବା ବେଳେ ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିନରେ ଥିବା ତେଲ ନଦୀ ଗାଁ ପଞ୍ଚାୟତ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟ ଏହି ତାଲିକା ଅନୁର୍ଭ୍ଵକ୍ତ ରହିଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ଓ ହେଲଥ ଆମ୍ବାସଡର ରମେଶ କୁମାର ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମାନପତ୍ର ଓ ସ୍ମାରକୀ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଧିକାରୀ ଡଃ ସନ୍ତୋଷ କୁମାର ପଣ୍ଡା, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ନବକିଶୋର ବେହେରା , ଡଃ ରଭି ବାବୁ , ଡଃ ସୁକାନ୍ତ ଗତପଥୀ ,ଡଃ ଗିରିଜା ଶଙ୍କର ମିଶ୍ର ରାଜ୍ୟ ତମ୍ବାଖୁ ନିୟନ୍ତ୍ରଣ ପରାମର୍ଶଦାତା ତରୁଣ କୁମାର ସାହୁ, ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ କୁମାର ମହାରଣା ତଥା ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ମାନେ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା ଶିକ୍ଷକ ମାନଙ୍କୁ ସମ୍ମାନ ଗ୍ରହଣ କରିବାକୁ ଅନୁରୋଧ କରି ଧନ୍ୟବାଦ ଜ୍ଞାପନ କରାଗଲା। ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍କା ତମ୍ବାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ପରାମର୍ଶ ଦାତା ତରୁଣ କୁମାର ସାହୁ ପରିଚାଳନା କରିଥିଲେ ଓ ସଞ୍ଜୟ ରାଉଳ ବିନୟ ଷଡ଼ଙ୍ଗୀ ଆଦି ସହଯୋଗ କରିଥିଲେ।