ଗରିବ ଅସହାୟ ବିଧବା ମହିଳା ଙ୍କୁ ମିଳିଲା ଅନ୍ତ୍ୟୋଦୟ କାର୍ଡ
ସିନାପାଲି, ୨୧/୧୧ (ଶୋଭାରାମ ମହାନନ୍ଦ) : ନୂଆପଡା ଜିଲ୍ଲା ସିନାପାଲି ସଦର ରାବଣ ଛକର ଗରିବ ଅସହାୟ ବିଧବା ମହିଳାଙ୍କୁ ନୂତନ ଭାବେ ଅନ୍ତ୍ୟୋଦୟ କାର୍ଡ ଦିଆଯାଇଛି। ଆଜକୁ ୧୦ବର୍ଷ ତଳେ କ୍ଷିତିମଣି ମେହେର ଙ୍କ ସ୍ବାମୀ ମୃତ୍ୟୁ ବରଣ କରିଥିଲେ। ସେହି ଦିନ ଠାରୁ ଶ୍ରୀମତୀ ମେହେର ବିଧବା ଭତ୍ତା ପାଉଛନ୍ତି। ସେ ଜଣେ ଗରିବ ଅସହାୟ ଜମିହିନ ପରିବାରର ଅଟନ୍ତି। ମାତ୍ର ଏକ ଡିସିମିଲ ଘର ଡିହ ରହି ଥିବା ସେ ପ୍ରକାଶ କରିଛନ୍ତି। ପରିବାର କହିଲେ ଜଣେ ଝିଅକୁ ନେଇ ତାଙ୍କ ପରିବାର। ସରକାରଙ୍କ ତରଫରୁ ସହାୟତା କହିଲେ ମାତ୍ର ୧୦କିଗ୍ରା ଚାଉଳ ଓ ମାସିକ ଭତ୍ତା ଟଙ୍କା। ପରିବାରରେ କୌଣସି ରୋଜଗାର କ୍ଷମ ବ୍ୟକ୍ତି ନାହାନ୍ତି। ସେ ଜଣେ ଅସହାୟ ନିଃସହାୟ ଓ ଗରିବ ଶ୍ରେଣୀର ହେତୁ ଗୋଷ୍ଠି ଉନ୍ନୟନ ଅଧିକାରୀ କାର୍ମି ଓରାମ୍ ଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଯୋଗାଣ ନିରୀକ୍ଷକ ଦେବେନ୍ଦ୍ର ସେଠିଆ ତଦନ୍ତ କରି ଅନ୍ତ୍ୟୋଦୟ କାର୍ଡ ପ୍ରଦାନ କରିଛନ୍ତି। ଅନ୍ତ୍ୟୋଦୟ କାର୍ଡ ପାଇ ଖୁସି ହୋଇ ସିନାପାଲି ବ୍ଲକ ପ୍ରଶାସନଙ୍କୁ ଧନ୍ୟବାଦ୍ ଜଣେଇଛନ୍ତି। ସରକାରଙ୍କ ଅନେକ ଗୁଡ଼ାଏ ଯୋଜନା ରହିଛି ହେଲେ ଏହି ପରିବାର ବର୍ତ୍ତମାନ ଶୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବସୁନ୍ଧରା ଘରଡିହ ଯୋଜନା ପାଇ ପାରି ନାହାନ୍ତି। ଏଣୁ ପ୍ରଶାସନ ତରଫରୁ ଏହି ପରିବାରକୁ ନୀୟମା ଅନୁଯାୟୀ ସମସ୍ତ ପ୍ରକାର ଯୋଜନାରେ ସାମିଲ କରିବାକୁ ଦାବି ହେଉଛି।