Hot Posts

6/recent/ticker-posts

ଛାତ୍ର ଛାତ୍ରୀ ଙ୍କୁ ଅଧିକ ଫି ଆଦାୟ ଘଟଣା ୨ ଶିକ୍ଷକ ଙ୍କୁ ବଦଳି

ଝରିଗାଁ ୧/୧୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅଧୀନ ପୁଂପୁଗାଁ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଦିବାସୀ ଛାତ୍ର ଛାତ୍ରୀ ଙ୍କୁ ନାମ ଲେଖା ବାବଦକୁ ଅଧିକ ଟଙ୍କା ନେଉଥିବା ଅବିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ପେରାଦ ହୋଇ ଜିଲ୍ଲା ପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲା ପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ |ଏହା ପରେ ଏଡିଈଓ ପ୍ରକାଶ ଚନ୍ଦ୍ର ମହାଳିକ ଏବଂ ଝରିଗାଁ ବିଇଓ ରଶ୍ମିତା ନେତମ ସ୍କୁଲ ରେ ପହଂଚି ଘଟଣା ସମ୍ପର୍କରେ ତଦନ୍ତ କରି ଏହାର ରିଫୋଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିଲେ |ଜିଲ୍ଲା ପାଳଙ୍କ ସଂପୃକ୍ତ ବିଦ୍ୟାଳରୟର ପ୍ରଧାନ ଶିକ୍ଷକ ବିଜୟି ମାଝୀ ଙ୍କୁ ରାଇଘର ବ୍ଲକ ପୁଟାନାଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ଓ ଶିକ୍ଷକ ଯୋଗେନ୍ଦ୍ର ସୋରିଙ୍କୁ ରାଇଘର ବ୍ଲକ ତୁରୁଡ଼ିହି ଉଚ୍ଚ ବିଦ୍ୟାଳୟ କୁ ବଦଳି କରାଯାଇଛି |ବିଜୟୀ ମାଝୀ ଙ୍କୁ ବଦଳି ପରେ ତାଙ୍କରି ସ୍ଥାନରେ ରାଇଘର ବ୍ଲକ ବୁଚା ଗୁଡା ସ୍ଥିତ ଉଚ୍ଚ ବିଦ୍ୟାଳୟ ର ଅଭିରାମ ଲେଙ୍କା ଏବଂ ବଣୁଆଁଗୁଡା ଉଚ୍ଚ ବିଦ୍ୟାଳୟ ର ଅରୁଣ ମଣ୍ଡଳ ପୁପୁଗାଁ ବିଦ୍ୟାଳୟ କୁ ବଦଳି କରାଯାଉଛି |