ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ
ଉମରକୋଟ, ୧/୧୧ (ନକୁଳ ଭତ୍ରା) : ନବରଙ୍ଗ ପୁର ଜିଲ୍ଲା ଉମର କୋଟ ବ୍ଳକ ଅଧୀନସ୍ଥ ଆଦିକାରୀ ଗୁଡା ଠାରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ତହସିଲଦାର ପକ୍ଷରୁ ରାସ୍ତାରେ ଉଭୟ ପାର୍ଶ୍ଵରେ ଥିବା ଦୋକାନ ଓ ଘର ମାଲିକଙ୍କୁ ପୂର୍ବରୁ ଜାଗା ଖାଲି କରିବାକୁ ସୂଚନା ଦିଆଯାଇ ଥିଲା । କିନ୍ତୁ ଘର ମାନିକ ଓ ଦୋକାନ ମାଳିକ ମାନେ କୌଣସି ପଦକ୍ଷେପ ନେଇ ନଥିଲେ। ଯାହା ଫଳରେ ପ୍ରଶାସନ ତରଫରୁ ଆଜି ବାଧ୍ୟହୋଇ ୨୪ଟି ଘର ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ଉଚ୍ଚ ନ୍ୟାୟଳୟ ର ନିର୍ଦ୍ଦେଶ କ୍ରମେ ୨୪ ଟି ଘର ଓ ଦୋକନ ଘରକୁ ଜେ ସିବି ସାହାଯ୍ୟରେ ଭାଙ୍ଗି ଦିଆଯାଇଥିଲା। କିନ୍ତୁ ଦୋକାନୀ ଓ ଘର ମାଲିକ ସମୟ ମାଙ୍ଗି ନିଜର ଆସବା ଜିନିଷ ପତ୍ର ଗୁଡ଼ିକ ବାହାରକୁ କାଢି ଦେଇଥିଲେ। ଆଜି ସକାଳେ ଉଚ୍ଚେଦ ପ୍ରକ୍ରିୟା ଆରମ୍ଭ କରା ଯାଇ ଥିଲା । ଏମାନେ ସମସ୍ତେ ସରକାରୀ ଜାଗାରେ ଜବରଦକଲ କରି ଘର ତିଆରି କରି ରହୁଥିଲେ। ସ୍ଥାନୀୟ ତହସିଲଦାର ସେ ମେଘବାନ ବାଘ ଅତିରିକ୍ତ ତହସିଲଦାର ନିଲାମ୍ବର ପୂଜାରୀ ଥାନା ଅଧିକାରୀ ଉମାକାନ୍ତ ସ୍ୱାଇଁ ଏସ ଆଇ ସିବଜି ପଣ୍ଡା , ଅକ୍ଷୟ ମିଶ୍ର,ଏବଂ ପୋଲିସ ପ୍ରର୍ସ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକୁ ତଦାରଖ କରିଥିଲେ। ଉମର କୋଟ ଏସଡିପିଓ ସୁବେନ୍ଦୁ କୁମାର ଶବର ନିଜେ ଉପସ୍ଥିତ ରହି ଅପ୍ରତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ପୋଲିସ ପ୍ରର୍ସ ମୂତୟନ କରାଯାଇଥିଲା