Hot Posts

6/recent/ticker-posts

ରୋଟାରୀ କ୍ଲବ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ

ଜୟପୁର, ୨୨/୧୧ ( ଏ. ଭେଙ୍କଟ ରାଓ ) : ରୋଟାରୀ କ୍ଲବ ଜୟପୁର ପ୍ରାଇଡ ତରଫରୁ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା l ଏଥିରେ Apollo ହସ୍ପିଟାଲ ବିଶାଖାପାଟନମ ର ହୃଦରୋଗ ବିଶେଷଜ୍ଞ ଡ୍. A Venket, ଅସ୍ତି ସଲ୍ୟ ବିଶେଷଜ୍ଞ ଡ. ମୟଙ୍କ ବରମା ଏବଂ ଭେଷଜ ବିଶେଷଜ୍ଞ ଡ. ଆଶିଷ ଏବଂ ତାଙ୍କ ସହାୟକ ଦଳ ଜୟପୁର ଅଂଚଳର ପ୍ରାୟ 140 ଜଣ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ଏହି ଶିବିରରେ ରୋଟାରୀ କ୍ଲବର ସଭାପତି ଶ୍ରୀ ସୁରେଶ ପାଣିଗ୍ରାହୀ, ସମ୍ପାଦକ ରବି ନାରାୟଣ ନନ୍ଦ, ରାମନାଥ ସାହୁ, ରାମହରି ପଣ୍ଡା, କାଲୁରାମ ପଣ୍ଡା, ପ୍ରକାଶ ନାୟକ, ମୁରଲୀ ସାବତ, ରତ୍ନାକର ଚୌଧୁରୀ,ନରେଶ ମହାକୁଳ, ଭି ହରିପ୍ରସାଦ, ସନାତନ କୁମାର, ସୁଶୀଲ ସାହୁ, ଜି ଅବିନାଶ, ଏ ନବୀନ,ଜ୍ୟୋତି ଭୋଇ, ସଂଜୀବ ମିଶ୍ର, ଜି ଭି ରାଓ, ସ୍ନେହିତ ମିଶ୍ର,କେ ରାମକ୍ରିଷ୍ଣା, ଜୟେଶ ରାଠୋର, ବିଭୁ ପଣ୍ଡା, ଶ୍ରୀମତୀ କିରନବାଳା ଶତପଥୀ, ସି ସାବିତ୍ରୀ ପ୍ରମୁଖ ଯୋଗ ଦାନ କରିଥିଲେ l