ଅଜାଣ ହାଟର ବାର୍ଷିକ ଉତ୍ସବ
ବରୀ, ୨୩/୧୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଚନ୍ଦନପୁର ପଞ୍ଚାୟତ ଅଧୀନ ଧୀନ ଅଜାଣ ହାଟର ୪ର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ସଭାପତି ସତ୍ୟବ୍ରତ ଜେନା ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥ୍ ଭାବେ ନୃସିଂହ ଚରଣ ବେହେରା ଯୋଗଦେଇ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଉତ୍ତମ ବୁଝାବଣା ଯୋଗୁ ହାଟର କଳେବର ବୃଦ୍ଧି ପାଉଛି ବୋଲି କହିଥିଲେ। ସମ୍ପାଦକ ମକରଧ୍ଵଜ ସାହୁ ଯୋଗଦେଇ ହାଟର ଉନ୍ନତି ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଲୋଡ଼ିଥିଲେ। ଉତ୍ସବରେ ସରପଞ୍ଚ ଚପଳା ମଲ୍ଲ, ଧୀରେନ୍ଦ୍ର ନାଥ ଜେନା, ସ ସଞ୍ଜୀବ ଭୂୟାଁ, ସମିତିସଭ୍ୟ ଧୀରେନ୍ଦ୍ର ଦାସ, ରବୀନ୍ଦ୍ର ନନ୍ଦ, ମାଧବାନନ୍ଦ ଶାନ୍ତି, କୁଶଧ୍ଵଜ ସାମଲ, ଉତ୍ତମ ଦାସ, ଅଭିରାମ ମଲ୍ଲ, ଅଭୟ ଶତପଥୀ, ବ୍ରଜ ପ୍ରଧାନ ଓ ସଦାଶିବ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଲାଲ ବାହାଦୂର ନୋଡାଲ ବିଦ୍ୟାଳୟର ଛାତ୍ରୀଛାତ୍ର ନୃତ୍ୟ ପରିବେଷଣ କରିଥିଲେ। କମିଟି ତରଫରୁ ମନୋଜ ମଲ୍ଲ, ଅଜୟ ରଥ, ବିଜୟ ନନ୍ଦ, ଅଜୟ ମଲ୍ଲ, ରାଜେଶ ଦାସ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ