ବରୀ ରାସ୍ତା କଡ଼ ଜଙ୍ଗଲ ସଫା କରୁନାହିଁ ପୂର୍ତ୍ତ ବିଭାଗ, ବଢୁଛି ଦୁର୍ଘଟଣା
ବରୀ, ୨୪/୧୧ ( ରଂଜିତ ମହାନ୍ତି ) : ଜିଲ୍ଲାର ଅନ୍ୟତମ ପ୍ରମୁଖ ରାସ୍ତା ବରୀ-କଳା ମାଟିଆ ରାସ୍ତା କଡ଼ ଜଙ୍ଗଲ ସଫା କରୁନାହିଁ ପୂର୍ତ୍ତ ବିଭାଗ । ରାସ୍ତା କଡରେ ଉଠିଥିବା ଅନାଵନା ଗଛ ସଫା ନହେବା କାରଣରୁ ରାସ୍ତା ଉପରକୁ ମାଡି ଆସିଲାଣି । ଏହି ରାସ୍ତା ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଗାଡି ଗତାଗତ କରୁଛି । ଏହି ଗାଡି ଗୁଡିକ ମଧ୍ୟରେ ବହୁ ସଂଖ୍ୟାରେ ବଡ଼ ଗାଡି ମଧ୍ୟ ଗତାଗତ କରୁଛି । ବିଭିନ୍ନ ସ୍ଥାନରେ ଏହି ଅନାଵନା ଗଛ ରାସ୍ତା କଡ଼ ପିଚୁ ଉପରକୁ ମାଡି ଆସିବା ଫଳରେ ଆଗରୁ ପଛରୁ ବଡ଼ ଗାଡି ଆସିଲେ ବାଇକ ଓ କାର ଚାଳକ ରାସ୍ତା କଡ଼କୁ ଯାଇ ପାରୁ ନାହାନ୍ତି । ଫଳରେ ଏହି କାରଣରୁ ରାସ୍ତାରେ ଦୁର୍ଘଟଣା ଘଟୁଛି । ବର୍ଷା ଦିନେ ଉଠିଥିବା ଏହି ଗଛକୁ କାଟି ରାସ୍ତା କଡ଼ ସଫା କରିବା ବଦଳରେ ପୂର୍ତ୍ତ ବିଭାଗ ଏଥି ପ୍ରତି ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହୋଇଛି । ତୁରନ୍ତ ବିଭାଗ ରାସ୍ତା କଡ଼କୁ ସଫା କରିବାକୁ ପଦକ୍ଷେପ ନେବାକୁ ଦାବି ହୋଇଛି ।