Hot Posts

6/recent/ticker-posts

କୌଶିକ ବାବା ଡିଗ୍ରୀ କଲେଜରେ ଜାତୀୟ ସେବା ଯୋଜନା ପକ୍ଷରୁ ସମ୍ବିଧାନ ଦିବସ

କର୍ଲାମୁଣ୍ଡା, ୨୬/୧୧ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ କୌଶିକ ବାବା +୩ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି I ଏହି ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଅଧ୍ୟକ୍ଷ ମାନସ ରଞ୍ଜନ ବାଗ, ସମ୍ମାନୀତ ଅତିଥି ଭାବେ କୌସ୍ତୁଭ ସାହୁ, ଅଧ୍ୟାପକ ଟିକେଧର ରଣା, ଅଧ୍ୟାପିକା ଦୃପ୍ତିମୟୀ ଭୋଇ, ରସ୍ନାରାଣୀ ବଡମାଳୀ ମଞ୍ଚାସୀନ ହୋଇ ଥିବା ବେଳେ ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଅତିଥି ମାନେ ସମ୍ବିଧାନ ଦେଶର ପ୍ରାଣ କେନ୍ଦ୍ର ଓ ଏହା ସମସ୍ତ ଭାରତୀୟଙ୍କ ସମସ୍ତ ଅଧିକାର ଓ ଦାୟିତ୍ୱକୁ ସୂଚିତ କରେ ବୋଲି ମତବ୍ୟକ୍ତ କରିଥିଲେ I ଏହି କାର୍ଯ୍ୟକ୍ରମରେ ଗ୍ରନ୍ଥାଗାର ବସନ୍ତ କୁମାର ସାହୁ, କର୍ମଚାରୀ ଡୋଲେଶ୍ଵର ରଣା, ପ୍ରଦୀପ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।