ବରୀ ତହସିଲ ସୀମାନ୍ତରେ ବେଧଡ଼କ ବାଲି ଚୋରି
ବରୀ, ୨୬/୧୧ ( ରଂଜିତ ମହାନ୍ତି ) : ବରୀ ତହସିଲ ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ବେଧଡ଼କ ବାଲି ଚୋରି ହେଉଛି। ପ୍ରଶାସନ ପକ୍ଷରୁ ଆଦୌ ବାଲିଘାଟରେ ରେ ଚଢ଼ଉ ହେଉ ନ ଥୂବାରୁ ବାଲି ଚୋର ଅଧୂକ ସକ୍ରିୟ ହୋଇଉଠିଛନ୍ତି। ସୀମାନ୍ତବର୍ତ୍ତୀ ଅଞ୍ଚଳ ମଧୁସୂଦନପୁର, ମହାକାଳପଡ଼ା, କମ୍ପଗଡ଼ ଆଦି ଅଞ୍ଚଳକୁ ଦୈନିକ ଶହ ଶହ ଟ୍ରିପ୍ ବାଲି ଉଠାଣ ହେଉଛି। ମଧୁସୂଦନପୁରରୁ ଉଠୁଥିବା ବାଲି ବିଞ୍ଝାରପୁର ବ୍ଲକ ଅଞ୍ଚଳକୁ ଚାଲାଣ ହେଉଥିବାବେଳେ ମହାକାଳପଡ଼ା, କମ୍ପଗଡ଼ ଅଞ୍ଚଳର ବାଲି ଜିଲାପାର ହୋଇ କେନ୍ଦ୍ରାପଡ଼ା ଜିଲାକୁ ଚାଲାଣ ହେଉଛି। ଧର୍ମକୁ ଆଖୁଠାର ସଦୃଶ ଜିଲା ଖଣି କାର୍ଯ୍ୟାଳୟର ଅଧୂକାରୀ ନଦୀ ନାଳ ଘେରା ବରୀ ଅଞ୍ଚଳକୁ ଆସୁଛନ୍ତି। ସ୍ଥାନୀୟ ପୁଲିସର ସହାୟତା ନେଇ ବାଲି ଖାଦାନକୁ ଗଲାବେ ବାଲି ଚୋର ଖବର ପାଇ ଲୁଚି ଯାଉଛନ୍ତି। ବେଳେ ବେଳେ ଟ୍ରାକ୍ଟରଗୁଡିକ ନଈ ମଝିରେ ଦ୍ରୁତ ବେଗରେ ପଳାଇ ଯାଉଛନ୍ତି। କେନ୍ଦ୍ରାପଡ଼ା ଜିଲାକୁ ଯୋଗାଣ ହେଉଥିବା ବାଲି ମହାକାଳପଡ଼ା ଘା ଟରେ ବଡ ବଡ ମେସିନ ସାହାଯ୍ୟରେ ଉଠୁଛି ଉଠୁଛି। ସନ୍ଧ୍ୟା ୭ ଟାରୁ ଭୋର ପର୍ଯ୍ୟନ୍ତ ଶହ ଶହ ହାଇୱା ବାଲି ଉଠାଣ କରି ନେଉଛନ୍ତି। ପୂର୍ବରୁ ଏହି ଘାଟ ପାଇଁ ବନ୍ଧ ଉପରେ ଲୁହା ବାଡାମଧ୍ୟ ପ୍ରଶାସନ ପକ୍ଷରୁ ତିଆରି କରାଯାଇଥିଲା । ମାତ୍ର ସେ ଲୁହା ବାଡା ଭଙ୍ଗାଯାଇ ବାଲି ଉଠାଣ ଚାଲିଛି। ବର୍ତ୍ତମାନ ନ କେନ୍ଦ୍ରାପଡ଼ା । ଜିଲା ନିଳାପଦା ପୋଲ ଦେଇ ଏହି ବାଲି ବୋଝେଇ ଟ୍ରକ ଅନାୟସରେ ଯାତାୟାତ କରୁଛି। ଜପୁର ଜିଲାପାଳ ତୁରନ୍ତ ଏହା ଉପରେ ନଜର ଦେଇ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ରକ୍ଷା ଦିଗରେ ପଦକ୍ଷେପ ଦେବାକୁ ସାଧାରଣ ରଣରେ ଦାବି ହୋଇଛି।