ରାୟଗଡ଼ା ଜନସେନା ପ୍ରୋ କବାଡି ପ୍ରୀମୀୟର ଲିଗ୍ ସିଜନ -୨ ପ୍ରତିଯୋଗିତା ୨୦୨୫ ଅନୁଷ୍ଠିତ
ରାୟଗଡା, ୨୪/୧୧ ( ଭି. ଗୌରି ଶଙ୍କର ରାଓ ) : ତା:୨୩.୧୧.୨୫ ରିଖ ରାୟଗଡା ସହର ସ୍ଥିତ ଚେକାଗୁଡା ଖେଳପଡିଆରେ ଜନସେନା ପ୍ରୋ କବାଡି ପ୍ରିମୀୟର ଲିଗ୍ ସିଜନ୍ ୦୨ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାର ମୋଟ ଛଅ ଟି ଦଳ ଅଂଶଗ୍ରହଣ କରିଥିଲେ ।ଏହି ଦଳ ଗୁଡ଼ିକ ହେଲେ ୧. ଗେମ ଚେଞ୍ଜର ୨.ୱାଇ.ଏସ.ଆର ଲାୟନ ୩.ଜେ.କେ ରାଇଡର୍ସ ୪. ରବି ସେନା ୫. ଜନ ସେନା ୬.ୱାଟ ସନ ଏହି କାର୍ଯ୍ୟକ୍ରମଟି ରବି ନାଗରେଡ୍ଡୀ ମ୍ୟାନେଜର ଏବଂ ତାଙ୍କ ଟିମ୍ ଦ୍ଵାରା ଓ ପରିଚାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଶ୍ରୀ ଆପ୍ପଲା ସ୍ବାମୀ କାଡ୍ରକା , ବରିଷ୍ଠ ରାଜନେତା ଶ୍ରୀ ଚନ୍ଦ୍ରକାନ୍ତ ସାମଲ , ସରପଞ୍ଚ ହାଲୁଆ ପଂଚାୟତ ଶ୍ରୀ ତାମାର ବିଡିକା ,ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୂଆଲା, ପି.ଓ. ସାର ପ୍ରଭୁତି ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଆପ୍ପଲା ସ୍ବାମୀ କାଡ୍ରକା ପ୍ରତିଯୋଗିତା ବିଷୟରେ ନିଜର ଅଭିଭାଷଣ ପ୍ରଦାନ କରି କହିଥିଲେ କି ଯୁବପିଢ଼ି ଙ୍କୁ ନେଇ ବହୁତ ସୁନ୍ଦର ଭାବରେ ରବି ନାଗରେଡ୍ଡୀ ଖେଳ ପ୍ରତିଯୋଗିତା ଅନୁଷ୍ଠିତ କରିପାରିଛନ୍ତି ତାହା ନିଶ୍ଚିତ ଭାବରେ ସ୍ବାଗତ ଯୋଗ୍ୟ ଆଗାମୀ ଦିନରେ ଯଦି ମୋର ସାହାଯ୍ୟ ଦରକାର ପଡେ ମୁଁ ଖେଳାଳି ମାନଙ୍କୁ ନିଶ୍ଚୟ ସାହାଯ୍ୟ କରିବି ବୋଲି କହିଛନ୍ତି। ଏହି ପ୍ରତିଯୋଗିତା ଫାଇନାଲର ଦୁଇ ଦଳ ହେଲେ ଗେମ ଚେଞ୍ଜରସ ଓ ୱା.ଏସ.ଆର ଲାୟନସ ଦୁଇ ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ପ୍ରତିଯୋଗିତାରେ ଗେମ ଚେଞ୍ଜର ଦଳ ଚାମ୍ପିଅନ ହୋଇଛନ୍ତି। ଏବଂ ୱାଇ.ଏସ.ଆର ଲାୟନସ ରନରଅପ ହୋଇଛନ୍ତି ଏହି ପ୍ରତିଯୋଗିତାର ଫାଇନାଲ ଖେଳ ଦେଖିବା ପାଇଁ ବହୁତ ସଂଖ୍ୟାରେ ଲୋକମାନେ ଉପସ୍ଥିତ ରହିଥିଲେ। କବାଡି ଖେଳ ପ୍ରତିଯୋଗିତା ଶେଷରେ ପ୍ରତିଯୋଗିତାର ଆୟୋଜକ ରବି ନାଗରେଡ୍ଡୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।