ବରୀରେ ଜମୁଛି କାର୍ତ୍ତିକେଶ୍ୱର ପୂଜା
ବରୀ, ୦୫/୧୧ ( ରଂଜିତ ମହାନ୍ତି ) : ପବିତ୍ର କାର୍ତ୍ତିକବ୍ରତ ଅବସରରେ ବରୀ ବ୍ଲକର ବିଭିନ୍ନ ସ୍ଥାନରେ କାର୍ତ୍ତିକେଶ୍ଵର ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀ ମହାସମାରୋହରେ ପୂଜା ପାଉଥିବା ଦେଖିବାକୁ ମିଳିଛି| ପ୍ରତ୍ୟେହ ବଡ଼ି ଭୋରୁ ଶ୍ରଦ୍ଧାଳୁମାନେ ସ୍ନାନ ସାରି ବିଭିନ୍ନ ଦେବାଳୟକୁ ଯାଇ ପୂଜାର୍ଚ୍ଚନା କରିବାସହ ପ୍ରାତଃ ଆଳତି ଦର୍ଶନ କରୁଛନ୍ତି | ବାଲିଆ କଲେଜ ଛକ ନିଟକସ୍ଥ ହରିଚନ୍ଦନସାହିରେ ସୁନ୍ଦର ତୋରଣ ସାଙ୍ଗକୁ ବେଶ ସୁସଜ୍ଜିତ ପୂଜା ମଣ୍ଡପରେ ଶ୍ରୀଜଗନ୍ନାଥ ପୂଜା ପାଉଛନ୍ତି I ଭଗବାନଙ୍କ ଦଶବତାର ମୂର୍ତ୍ତୀ ଶ୍ରଦ୍ଧାଳୁ ଳୁମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି | ସନ୍ଧ୍ୟା ସମୟରେ ଭଜନ, ପ୍ରବଚନ ନ ଓ ଆ ଆଲୋଚନାଚକ୍ର ଅନୁଷ୍ଠିତ ହେଉଛି। କାର୍ଭିକ ପୂର୍ଣ୍ଣମୀ ଅବସରରେ ଏଠାରେ ପାରମ୍ପାରିକ । ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ