Hot Posts

6/recent/ticker-posts

ବୈତ ଡଙ୍ଗା ତିଆରି କରି ଚର୍ଚ୍ଚା ରେ ବଳରାମ

ଫୁଲବାଣୀ, ୫/୧୧ (ବାଳକୃଷ୍ଣ କହଁର) : ବର୍ଷର ପାର୍ବଣ ମାସ ସରୁ ସରୁ କାର୍ତ୍ତିକ ମାସ ଆସିଥାଏ ଏହି କାର୍ତ୍ତିକ ମାସ ରେ ଓଡ଼ିଆ ହିନ୍ଧୁ ପରମ୍ପରା ରୀତିକାନ୍ତି ଅନୁଯାଇ ଏହାକୁ ବହୁତ ବେଶ ପାରମ୍ପରିକ ଭାବରେ ମାନନ୍ତି ଏବଂ ହିନ୍ଧୁ ଧର୍ମର ଯେଉଁମାନେ ଥାନ୍ତି ଅର୍ଥାତ ହିନ୍ଧୁ ପରିବାର ମାଁ ଭଉଣୀ ମାନେ ଥାନ୍ତି ପ୍ରତେକ ଦିନ ସକାଳୁ ସକାଳୁ ଗାଧୋଇ ଠାକୁର ଦର୍ଶନ କରନ୍ତି l କାର୍ତିକ ମାସ ତମାମ ଠାକୁର ଦର୍ଶନ କରନ୍ତି ତ ଏହି ପରିପେକ୍ଷୀରେ କାର୍ତ୍ତିକ ପୂର୍ଣମୀ ମାସର ଶେଷ ପାଞ୍ଚ ଦିନ ପଞ୍ଚୁକଥାଏ l ଏହି ପାଞ୍ଚ ଦିନ ସମସ୍ତ ଓଡ଼ିଆ ଘର ର ପରମ୍ପରା ରହିଥାଏ ପରମ୍ପରା କୁ ପାଳି ପଞ୍ଚୁକ ର ଶେଷ ଦିନ କାର୍ତ୍ତିକ ପୁର୍ଣିମା ଥାଏ ଏହି ଦିନ ଡ଼ଙ୍ଗା ଭଷା ଯାଏ l ସେହି ଡ଼ଙ୍ଗା ଭସାଣି ଅର୍ଥାତ ବୈତ ଭଷାଣୀ ଥାଏ l ବୈତ ର ଏକ ସୁନ୍ଧର ନିଆରା ଏକ କଳା ଶିଳ୍ପୀ ଭାବରେ ପ୍ରତିଭାଟେ କରିପାରିଛନ୍ତି l କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳର କୁର୍ତ୍ତମଗଡ଼ ର ଯୁବ ଶିଳ୍ପୀ କଳାକାର ଶ୍ରୀଯୁକ୍ତ ବଳରାମ ସାହୁ l
ଯାହା ଅଞ୍ଚଳରେ ଏକ ଚର୍ଚ୍ଚା ପାଲଟିଚି l ସେ ବିରାଟ ଏକ ଡଙ୍ଗା ନିର୍ମାଣ କରିଛନ୍ତି ଯାହାର ଲମ୍ବା ଆଠ ଫୁଟ ଓସାର ଚାରି ଫୁଟ ରହିଛି l ତାଙ୍କର କଳା ଓ ସଂସ୍କୃତିର ଅକ୍ଲାନ୍ତ ପରିଶ୍ରମ ରେ ବୈତଡଙ୍ଗା ବନେଇଛନ୍ତି l ଯାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହେବାରେ ଲାଗିଛି l ଆଗରୁ କେବେ ଏତେ ବଡ଼ ଡଙ୍ଗା ଜିଲ୍ଲା ରେ ବୈତ ଭସାଣି ହେଇନଥିବା ବେଳେ ବଳ ରାମ ସାହୁ ଙ୍କର ଏହି ବୈତ ଡଙ୍ଗା ନିର୍ମାଣ କରି ନିଜ ଅଞ୍ଚଳ ତଥା ନିଜ ଜିଲ୍ଲାରେ ଚର୍ଚ୍ଚାରେ ରହିଛନ୍ତି ।

 କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୁତ ନିଉଜ।