ସାଇବର ସୁରକ୍ଷା ସଚେତନତା ନିମନ୍ତେ "ରୋଡ଼ ରନ ୫. କିମି ଓ ୱାକଥନ ୧. ୦୦କିମି ଅନୁଷ୍ଠିତ"
ରାୟଗଡ଼, ତା. ୦୩/୧୧ ( ଭି. ଗୌରି ଶଙ୍କର ରାଓ ) : ସାମ୍ପ୍ରତିକ ଦୈନ୍ଦନଦିନ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏବଂ ଏହାଦ୍ୱାରା ବହୁତ ନିରୀହ ଜନସାଧାରଣ ଠକେଇର ଶିକାର ହେଉଥିବାରୁ ସେମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ଗତ ଅକ୍ଟୋବର ୧୯ ତାରିଖରୁ ଜିଲ୍ଲାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ଥିଲା l ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ.ଏସ.କୁମାରଙ୍କ ପ୍ରତେକ୍ଷ ତତ୍ୱାବଧାନରେ ପ୍ରଚାର ରଥ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ପ୍ରତ୍ୟେକ ଥାନା ଅଂଚଳରେ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି l ସାଇବର ସୁରକ୍ଷା ନିମନ୍ତେ ଦାୟିତ୍ୱରେ ଥିବା ଅଧିକାରୀ ଶ୍ରୀ ଅଭିନାଶ ରେଡି ଏହାର ସଫଳ ଆୟୋଜନ କରିଥିଲେ l ସାଇବର ଅପରାଦ୍ଧ ରୋକିବା ନିମନ୍ତେ ଜନସଚେତନତା ଜିଲ୍ଲାସ୍ତରରୁ ଆରମ୍ଭ ହୋଇ ବ୍ଲକ ସ୍ତର ପର୍ଯ୍ୟନ୍ତ ବ୍ୟlପକ ସଚେତନତା କରାଯାଉଛି l ବିଶେଷ କରି ବିଦ୍ୟାଳୟ ମହାବିଦ୍ୟାଳୟ ମାନଙ୍କରେ ରିଲ ଓ କ୍ଵିଜ ପ୍ରତିଯୋଗିତା ଆୟୋଜକ କରାଯାଉଛି l ଆଜି ଏହାର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋବିନ୍ଦ ଦେବ ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା l ସକାଳ ୬. ୦୦ ଘଟିକାରେ ସ୍ଥାନୀୟ କୋରାପୁଟ ଛକରୁ ୫ କିମି ଯାଏଁ ଯୁବକ ଯୁବତୀ ମାନଙ୍କର ଗଣ ଦୌଡ଼ ଅନୁଷ୍ଠିତ ହୋଇଥିଲା l ଏଥିରେ ପ୍ରାୟ ୧୫ଶହ ଅଂଶଗ୍ରହଣ କରିଥିଲେ l ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ କୁମାର ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ l କାର୍ଯ୍ୟକ୍ରମ ରେ ଅତିରକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମୂଲ୍ୟ କୁମାର ଧର,ଶ୍ରୀ ସ୍ୱସ୍ତିକ ପଣ୍ଡା, ଉପରକ୍ଷୀ ଅଧିକ୍ଷକ,ଉପଖଣ୍ଡ ପୋଲିସ ଅଧିକାରୀ,ଟାଉନ ଥାନା ଅଧିକାରୀ ଓ ସମସ୍ତ ଆରକ୍ଷୀ ବାହିନୀ ଯୋଗଦାନ କରିଥିଲେ lସେହିପରି ପ୍ରଶାସନ ତରଫରୁ ସହକାରୀ ଜିଲ୍ଲାପାଳ ପ୍ରଫୁଲ୍ଲ ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅlଲେନୁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ମହିଳା ମହାବିଦ୍ୟାଳୟର ଏନସିସି ଅଧିକାରୀ ରିତାରାଣୀ ମିଶ୍ର, ଆଇନଜୀବୀ, ଭାରତୀୟ ଷ୍ଟେଟ ବ୍ୟlଙ୍କ ଅଧିକାରୀ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ଯୋଗଦାନ କରିଥିଲେ l ରୋଡ଼ ରନ କାର୍ଯ୍ୟକ୍ରମ ପୁରୁଷ ବର୍ଗରେ ଶ୍ରୀମାନ ନେତ୍ରମଣୀ ଶବର ପ୍ରଥମ, ଶ୍ରୀମାନ ଶ୍ରୀକାନ୍ତ ପ୍ରସ୍କା ଦ୍ୱତୀୟ ଓ ଶ୍ରୀମାନ ଚକିତ ଝୁଡିଆ ତୃତୀୟ ସ୍ଥାନ ହାସଲ କରିଥିଲେ l ସେହିପରି ମହିଳା ବର୍ଗରେ କୁମାରୀ ଲଳିତା ତିଆକା ପ୍ରଥମ, କୁମାରୀ ପିଙ୍କି ହିମିରିକା ଦ୍ଵିତୀୟ ଓ କୁମାରୀ ମୌସୁମୀ ମାଝୀ ତୃତୀୟ ସ୍ଥାନ ହାସଲ କରିଥିଲେ l ବିଜେତାଙ୍କୁ ଆରକ୍ଷୀ ଅଧିକ୍ଷକ ୫ହଜାର ଟଙ୍କା ପ୍ରଥମ ପୁରସ୍କାର, ୩ହଜାର ଟଙ୍କା ଦ୍ଵିତୀୟ ପୁରସ୍କାର ଓ ୨ହଜାର ଟଙ୍କା ତୃତୀୟ ପୁରସ୍କାର ବିଜେତାଙ୍କୁ ପ୍ରଦାନ କରିଥିଲେ l ସେହିପରି ଅପରାହ୍ନ ୪. ୩୦ରେ ଆୟୋଜିତ ୱାକlଥନ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକ ଉଭୟ ପୁରୁଷ ଓ ମହିଳା ଅଂଶ ଗ୍ରହଣ କରିଥିଲେ l ସେମାନଙ୍କୁ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ପ୍ରଶାଂଶ କରିଥିଲେ l ସନ୍ଧ୍ୟା ସମୟରେ ବିଶିଷ୍ଠ ହାସ୍ୟ ଅଭିନେତା ପ୍ରଭାକର ମିଶ୍ର (ଟୁନା ଟୁନ ଟୁନ )ଓ କାଳୀ ରଥଙ୍କ ଦ୍ୱାରା ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଆରକ୍ଷୀ ଅଧିକ୍ଷକ ରାୟଗଡ଼,ବରିଷ୍ଠ ନାଗରିକ ବିନୋଦ ଚନ୍ଦ୍ର ପଣ୍ଡା ଓ ବହୁତ ଜନସାଧାରଣ ଯୋଗଦାନ କରି ଉପଭୋଗ କରିବା ସହିତ ନୃତ୍ୟ କରିଥିଲେ l