Hot Posts

6/recent/ticker-posts

ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ, ୩/୧୧ (ବାଳକୃଷ୍ଣ କହଁର) : ଟିକାବାଲି ପୋଲିସ ପ୍ରଶାସନ ତରଫରୁ ଏ, ଏମ, ସି, ଏସ କଲେଜ ରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଡ଼ିଓ ବିଷ୍ଣୁ ଗୋବିନ୍ଦ ଯୋଗ ଦେଇ ସାଇବର ସୁରକ୍ଷାର ଦିଗ ଉପରେ ବିଷଦ ଆଲୋଚନା କରିଥିଲେ l ମୁଖ୍ୟ ବକ୍ତା ଭାବରେ ଫୁଲବାଣୀ ସାଇବର ଥାନାର ଅଧିକାରୀଣୀ ଗେଲି କୁମାରୀ ସାହୁ ସାଇବର ଅପରାଧ କିପରି ନିୟନ୍ତ୍ରଣ ହୋଇ ପାରିବ, ବିଷଦ ଭାବେ ଆଲୋଚନା କରିଥିଲେ l ଟିକାବାଲି ଥାନା ଅଧିକାରୀଣୀ ପ୍ରଜ୍ଞାଓ ରୀତାମ୍ବର କର କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପ୍ରବନ୍ଧକ କ୍ଷୀରୋଦ ଚଦ୍ର ବେହେରା ଯୋଗ ଦେଇ ସାଇବର ସୁରକ୍ଷା ଉପରେ ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ l ସମ୍ନାନିତ ଅତିଥି ଭାବରେ ଅଧ୍ୟାପକ ନରେନ୍ଦ୍ର ଦିଗାଲ, ବନମାଳୀ ବେହେରା ସବ ଇନ୍ସପେକ୍ଟର ରବୀନ୍ଦ୍ର କୁମାର ହେମ୍ରମ ଯୋଗ ଦେଇଥିଲେ l ସାଇବର ସୁରକ୍ଷା ଉପରେ ବ୍ଲକ ସ୍ତରୀୟ କୁଇଜ଼, ତର୍କ ଉଭୟ ଇଁରାଜୀ ଓଡ଼ିଆରେ ଅନୁଷ୍ଠିତ ହୋଇଥିଲା l ଇରାଜୀ ତର୍କରେ ଆଦର୍ଶ ବିଦ୍ୟାଳୟର ଆରାଧ୍ୟା ମ୍ରିନାଲ ପାଣି ପ୍ରଥମ, ସେବା ଇଁରାଜୀ ବିଦ୍ୟାଳୟର ମହେଶ କୁମାର ପ୍ରଧାନ ଦ୍ୱିତୀୟ, ଟିକାବାଲି କଲେଜ ର ଅଭିପ୍ସା ଦିଗାଲ ତୃତୀୟ ସେହିପରି ଓଡ଼ିଆ ତର୍କରେ କଇଁଝର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ରାଜଲକ୍ଷ୍ମୀ ମଲ୍ଲିକ ପ୍ରଥମ, ଟିକାବାଲି କଲେଜର ମୌସୁମୀ ଆଚାର୍ଯ୍ୟ ଦ୍ୱିତୀୟ, ଟିକାବାଲି ସରକାରୀ ଉଚ୍ଚବିଦ୍ୟାଳୟର ସୁହାନି ଦିଗାଲ ତୃତୀୟ ସ୍ଥାନ ଅଧିକାର କରିଥିଲେ l କାର୍ଯ୍ୟକ୍ରମ କୁ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଜ୍ଞାନରଞ୍ଜନ ଭୋଇ, ଅଧ୍ୟାପିକା ଚମ୍ପାସୋରେନ, ଯୁବରେଡ଼କ୍ରସ ର ସଂଯୋଜକ ଅଧ୍ୟାପକ ରତନ ଦିଗାଲ, ଅଧ୍ୟାପିକା ନିବେଦିତା ଭୋଇ, ଶିବାନୀ କହଁର, ସ୍ମୃତିରେଖା ନାୟକ ପରିଚାଳନା କରିଥିଲେ l ବିଚାରକ ଭାବେ ଭଞ୍ଜନଗର ସାବିତ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ସୁରଜ ସାସମଲ,ଟିକାବାଲି କଲେଜର ନରେନ୍ଦ୍ର ଦିଗାଲ, ବନମାଳୀ ବେହେରା କାର୍ଯ୍ୟ ତୁଲାଇ ଥିଲେ l ଏହି କାର୍ଯ୍ୟକ୍ରମ ରେ ଷୋହଳଟି ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରଥିଲେ l  

କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିଉଜ।