ଶ୍ରୀ ଶ୍ରୀ ଶ୍ୟାମ ଜନ୍ମୋତ୍ସବ ରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ୪୩ୟୁନିଟ ରକ୍ତ ସଂଗୃହୀତ
ବରଗଡ଼, ୦୨/୧୧ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ଭଟଲି ଠାରେ ଥିବା ଶ୍ୟାମ ବିହାରୀ ମନ୍ଦିର ରେ ଶ୍ରୀ ଶ୍ରୀ ଶ୍ୟାମ ବାବା ଙ୍କ ଜନୋତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି। ଏହି ଅବସର ରେ ନିଷ୍ଠା ପରିବାର ଓ ଶ୍ରୀ ଶ୍ରୀ ଶ୍ୟାମ ବିହାରୀ ମନ୍ଦିର ସମିତି ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶ୍ରୀ ଶ୍ରୀ ଶ୍ୟାମ ବାବା ଙ୍କ ଦର୍ଶନ ରେ ଆସିଥିବା ଭକ୍ତ ମାନେ ଭକ୍ତି ମନ ରେ ରକ୍ତ ଦାନ ପରି ଶ୍ରେଷ୍ଠ ଦାନ କରିଥିଲେ। ଏହି ଶିବିର ରେ ତିନି ଯୋଡା ଦମ୍ପତ୍ତି ଙ୍କ ସମେତ ସର୍ବମୋଟ ୪୩ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ରାକେଶ ଅଗ୍ରୱାଲ, ରାହୁଲ ଅଗ୍ରୱାଲ ଓ ନିଷ୍ଠା ପରିବାର ସମସ୍ତ ସଦସ୍ୟ ସଦସ୍ୟା ଏହି ଶିବିର ର ସୁପରିଚାଳନା କରିଥିଲେ।ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଶ୍ରୀ ଶ୍ରୀ ଶ୍ୟାମ ବିହାରୀ ମନ୍ଦିର ସମିତି ର ଟ୍ରଷ୍ଟି ଗୋପାଲ ଅଗ୍ରୱାଲ, ପ୍ରତାପ ଅଗ୍ରୱାଲ ଓ ଶିବ କୁମାର ଅଗ୍ରୱାଲ ଙ୍କୁ ଏକ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା ,ଶ୍ରୀ ଶ୍ରୀ ଶ୍ୟାମ ବିହାରୀ ମନ୍ଦିର ସମିତି, ସହଯୋଗୀ, ଶୁଭେଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ