Hot Posts

6/recent/ticker-posts

ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ବରୀ, ୦୨/୧୧ ( ରଂଜିତ ମହାନ୍ତି ) : ବରୀ ଶିକ୍ଷା ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ(ସୁରଭି-୨୦୨୫) କାର୍ଯ୍ୟକ୍ରମ ସ୍ଥାନୀୟ ଆମ୍ର କାନନ ଶିକ୍ଷା ନିକେତନ, ରାଜାତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରୀ ପଞ୍ଚାୟତ ସମିତିର ଅଧକ୍ଷ ଅଶୋକ କୁମାର ଗେଡି ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ୱ କରିଥିବା ବେଳେ ବରୀ ଶିକ୍ଷା ମଣ୍ଡଳ ଅଧିକାରିଣୀ ପ୍ରତିଶ୍ରୁତି ସିଂ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣର ବିକାଶ ଏବଂ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଆଗକୁ ଆଣିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ବୋଲି ମତ ରଖିଥିଲେ। ଅନ୍ୟ ପକ୍ଷରେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ସାମଲ,ଅଲିପୁର ଗ୍ରାମ ପଂଚାୟତ ସରପଞ୍ଚ ମଧୁସ୍ମିତା ବେହେରା,ମଣ୍ଡଳ ସହ ଶିକ୍ଷାଧିକାରୀ ଜଳଧର ଖଟୁଆ,ସଂଯୁକ୍ତା ମିଶ୍ର,, ଯୋଗ ଦେଇ ସୁରଭି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ ଶିକ୍ଷା ଗ୍ରହଣ,ଯୋଗ,କ୍ରୀଡା ପ୍ରଭୁତି କ୍ଷେତ୍ରରେ ଆଗ୍ରହ ପ୍ରକାଶ ପାଉଛି ବୋଲି ମତ ରଖିଥିଲେ।ବ୍ଲକ ଶିକ୍ଷା ମଣ୍ଡଳ ଅଧିନସ୍ଥ ମୋଟ ୧୩ ଟି ସାଧନ କେନ୍ଦ୍ର ଅଧୀନ ରେ କରାଯାଇଥିବା ସୁରଭି କାର୍ଯ୍ୟକ୍ରମ ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ଛାତ୍ର ମାନଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ସାଧନ କେନ୍ଦ୍ର ସଂଯୋଜକ ଅଜୟ ସାମଲ,ସୁଦର୍ଶନ ପାଢ଼ୀ,ଅଜୟ ମଲ୍ଲିକ,ଚକ୍ରଧର ମୁଦୁଲି,ଜିତେନ୍ଦ୍ର ସାହୁ,ଅରୁଣ ଦାସ,ପ୍ରତାପ ସାହୁ,ପ୍ରଶାନ୍ତ ତ୍ରିପାଠୀ,ଦେଵବ୍ରତ ରାଉତ, ଅଭୟ ସେଠି,ଅନୁପମା ଦ୍ବିବେଦୀ, ନର୍ମଦା ପ୍ରଧାନ,ଗାୟତ୍ରୀ ଦାସ ସୁରଭି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲେ।ସି ଆର ସି ଚକ୍ରଧର ମୁଦୁଲି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସି ଆର ସି ପ୍ରମୋଦ ଦାସ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ