ରଜାପୁର ଗ୍ରାମର ସ୍ବର୍ଗତ କପାଳ ଚନ୍ଦ୍ର ମଲ୍ଲିକଙ୍କର ସ୍ମୁତି ଚାରଣ ସଭା ଡକ୍ଟର ଅମୂଲ୍ୟ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି
ବରୀ, ୧/୧୧ ( ରଂଜିତ ମହାନ୍ତି ) : ଏହି ସ୍ମୁତି ଚାରଣ ସଭାରେ ସମାଜ ସେବୀ ତଥା ପୂର୍ବତନ ପ୍ରଶାସନିକ କର୍ମଚାରି ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦାସ, ସମାଜ ସେବୀ ଡାକ୍ତର ବିଶ୍ଵନାଥ ତ୍ରିପାଠୀ , ଶିକ୍ଷାବିତ୍ ଅଶୋକ କୁମାର ସାମଲ, ଶିକ୍ଷାବିତ୍ ବାବୁଲି ସାମଲ , ସମାଜସେବୀ ତଥା ସାହିତ୍ୟିକ ସରୋଜ କୁମାର ଦାଶ, ପୂର୍ବତନ ପ୍ରଶାସନିକ କର୍ମଚାରୀ ଭୂପତି ମଲ୍ଲିକ, ସୁସାହିତିକ ତଥା ଶିକ୍ଷାବିତ୍ ଝରଣା ମଲ୍ଲିକ, ବରିଷ୍ଟ ସଙ୍କୀର୍ତ୍ତନ ଗାୟକ ଶରତ ଚନ୍ଦ୍ର ଦାସ, ଶିକ୍ଷାବିତ୍ ଅମିତାଭ ଜେନା, ଯୁବ ସମାଜସେବୀ କେଦାର ମଲ୍ଲିକ, ବିଦ୍ୟାଧର ମଲ୍ଲିକ, ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ସହ ଶତାଧିକ ଗ୍ରାମବାସୀ, ବନ୍ଧୁ ଓ ପରିବାର ବୃନ୍ଦ ସ୍ମୁତି ଚାରଣ କରିଥିଲେ। ସର୍ବ ପ୍ରଥମେ ସ୍ବର୍ଗତ ଆତ୍ମାର ସଦଗତି କାମନା କରି ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ ଓ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଡାକ୍ତର ବିଶ୍ଵନାଥ ତ୍ରିପାଠୀ ଗୀତା ପାଠ କରିବା ସହିତ ମନୁଷ୍ୟ ଜୀବନର ମୋକ୍ଷ ପ୍ରାପ୍ତି ବିଷୟରେ ସ୍ମୁତି ଚାରଣ କରିଥିଲେ। ଡକ୍ଟର ଅମୂଲ୍ୟ କୁମାର ପଣ୍ଡା ବୋହୂ ଚାଲି ନ ଜାଣଇଁ ଲୋ ପାଦ ପଡୁଥାଏ ବଙ୍କା ପୌରାଣିକ ତତ୍ତ୍ଵ ସହିତ ସ୍ବର୍ଗତ କପାଳ ଚନ୍ଦ୍ର ମଲ୍ଲିକଙ୍କ ଜୀବନ କାହାଣୀ କିଭଳି ଭାବରେ ଜଡ଼ିତ ତାହା ପର୍ଯ୍ୟାୟ କ୍ରମେ ଆଲୋଚନା କରି ସ୍ମୁତି ଚାରଣ କରିଥିଲେ।ମଣିଷର କର୍ମଫଳ ମଣିଷକୁ କିଭଳି ମହାନ କରିଥାଏ ତାହା ଅଶୋକ ସାମଲ ପ୍ରକାଶ କରିଥିଲେ। ବିଦ୍ୟାଧର ମଲ୍ଲିକ, ବାବାଜୀ ଚରଣ ମଲ୍ଲିକ ଏବଂ ଉପସ୍ଥିତ ସମସ୍ତ ଅତିଥି ବନ୍ଧୁ ଓ ପରିବାର ବର୍ଗ ସ୍ବର୍ଗତ ଆତ୍ମାର ସଦଗତି କାମନା କରି ସ୍ମୁତି ଚାରଣ କରିଥିଲେ ଏବଂ ଶୋକାତୁର ପରିବାର ବର୍ଗଙ୍କୁ ସାଂତ୍ଵନା ପ୍ରଦାନ କରିଥିଲେ। ପରିବାର ତରଫରୁ ସଞ୍ଜୟ କୁମାର ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ