ଅବକାରୀ ବିଭାଗ ଦ୍ଵାରା ୨୨୦ ଗଞ୍ଜେଇ ଗଛ ନଷ୍ଟ ଓ ଜଣେ ଗିରଫ
ଉମରକୋଟ, ୧/୧୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଉମରକୋଟ ଅବକାରୀ ବିଭାଗ ଦ୍ଵାରା କୁନ୍ଦେଇ ଥାନା ଅନ୍ତର୍ଗତ ସମ୍ବଲପୁର ଗ୍ରାମରେ ଚଡାଉ କରି ମୋଟ ୨୨୦ଟି ଗଞ୍ଜେଇ ଗଛ ନଷ୍ଟ କରିଛି। ଏଥି ସହ ଗଞ୍ଜେଇ ଚାଷ କରିଥିବା ଜଣେ ଅଭିଯୁକ୍ତକୁ ଗିରଫ କରି ଗତକାଲି ଦିବା ୩ ଘଟିକା ସମ ସମୟରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ସମ୍ବଲପୁର ଗ୍ରାମ ର ଲେମ୍ କୁମାର ଗଣ୍ଡ ନିଜ ଜମି ରେ ଗଞ୍ଜେଇ ଗଛରେ ପାଣି ଦେଇଥିବା ସମୟରେ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗଞ୍ଜେଇ ଗଛକୁ ନଷ୍ଟ କରିବା ସହ ଲେମ କୁ ଗିରଫ କରିଛି। ନଷ୍ଠ କରାଯାଇଥିବା ଗଞ୍ଜେଇ ର ମୂଲ୍ୟ ୨ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି କହିଛନ୍ତି। ଉମରକୋଟ ଅବକାରୀ ନିରୀକ୍ଷକ ରଞ୍ଜୁଲତା ବାରିକ କୁନ୍ଦେଇ ଥାନା ଅନ୍ତର୍ଗତ ଜଙ୍ଗଳ ନିକଟବର୍ତ୍ତୀ ଗାଁ ମାନଙ୍କରେ ଏଭଲି ଗ6ଞ୍ଜଇ ଚାଷ କରାଯାଉଛି। ଆଗାମି ଦିନରେ ସେ ସ୍ଥାନରେ ଚଢାଉ କରାଯିବ ବୋଲ ବୋଲି ପ୍ରକାଶ କରିଛନ୍ତି। ଅବକାରୀ ବିଭାଗ ଅଧିକାରୀ ।