ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ତେରେସିଂହା ଶାଖା ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ
କର୍ଲାମୁଣ୍ଡା, ୦୧/୧୧ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ତେରେସିଂହା ଶାଖା ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ସ୍ଥାନୀୟ ବିଦ୍ୟାଶ୍ରୀ ଏକାଡେମୀ ଠାରେ ଶନିବାର ପାଳିତ ହୋଇଥିଲା I ବ୍ୟାଙ୍କ ଶାଖା ପରିଚାଳକ ଦିନମଣି ନାଏକ ଙ୍କ ନେତୃତ୍ୱରେ ବିଦ୍ୟାଶ୍ରୀ ଏକାଡେମୀ ର ସମସ୍ତ ଛାତ୍ର ଛାତ୍ରୀ, କର୍ମଚାରୀ ଉପସ୍ଥିତ ରହି ଦୁର୍ନୀତି ନିବାରଣ ବିଷୟରେ ଆଲୋଚନା ଓ ଶପଥ ପାଠ କରିଥିଲେ I ଏହି ଅବସରରେ ଅବସର ପ୍ରାପ୍ତ ୟୁଜିବି ଶାଖା ପରିଚାଳକ ତଥା ବିଦ୍ୟାଶ୍ରୀ ଏକାଡେମୀ ଏମ୍.ଡ଼ି. ଗୌରାନନ୍ଦ ରଣା, ଅଧ୍ୟକ୍ଷ ସୁଧାଂଶୁ ରଣା, ଶିକ୍ଷୟିତ୍ରୀ ନନ୍ଦିକା ରଣା, ଦିପ୍ତିମୟୀ ସାହୁ, ସୁରଭି ମାଝୀ, ଶିକ୍ଷକ ପୃଥ୍ୱୀରାଜ ସାହୁ, ଜିଶୟା ନାଗ, ଭୀଷ୍ମଦେବ ସାହୁ, ମୃତ୍ୟୁଞ୍ଜୟ ବାରିକ, ମାନସ ରଞ୍ଜନ ପଧାନ, ପ୍ରଶାନ୍ତ ସେଠ, ବ୍ୟାଙ୍କ କର୍ମଚାରୀ ସୁଶାନ୍ତ ରଣା ପ୍ରମୁଖ ଉପସ୍ଥିତ ରହିଥିଲେ I
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ