Hot Posts

6/recent/ticker-posts

ଝରିଗାଁ ପୋଲିସ ପକ୍ଷରୁ ଏକତା ଦୌଡ ଏବଂ ବରିଷ୍ଠ ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ।

ଝରିଗାଁ, ୧/୧୧ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ପକ୍ଷରୁ ସର୍ଦ୍ଧାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଦିବସ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଝରିଗାଁ ଥାନା ଠାରୁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ଅକ ବିଶାଳ ଏକତା ଦୈଡ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଝରିଗାଁ ପୋଲିସ କର୍ମଚାରୀ ସହ ବିଭିନ୍ନ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପରେ ଝରିଗାଁ ଥାନାରେ ଥାନା ଅଧିକାରୀ ପ୍ରଦୀପ ଶବରଙ୍କ ସଭାପତିତ୍ଵାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଝରିଗାଁ ବ୍ଳକର କିଛି ବରିଷ୍ଠ ନାଗରିକ ମାନଙ୍କୁ ବରିଷ୍ଟ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଥାନା ଅଧିକାରୀ ଶ୍ରୀ ଶବର ବରିଷ୍ଟ ପ୍ରମାଣ ପତ୍ର ପାଇଥିବା ନାଗରିକ ମାନଙ୍କୁ ସରକାରୀ ସୁବିଧା ସମ୍ପର୍କରେ ସୂଚନା ଦେବା ସହ ଏହାର ସୁବିଧା ସୁଯୋଗ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟ ରେ ୨୭ ଜଣ ବରିଷ୍ଠ ନାଗରିକଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ବେଳେ ବରିଷ୍ଟ ନାଗରିକ ମାନେ ଆବେଦନ କଲେ । ପର୍ଯ୍ୟୟ କ୍ରମେ ହେବାର ବ୍ୟବସ୍ଥା କରାଯିବା ବୋଲି କହିଥିଲେ। ଶେଷରେ ପୋଲିସ କର୍ମଚାରୀ ମହେଶ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।