Hot Posts

6/recent/ticker-posts

କାବାଲାଗାଁ ଶଙ୍ଖ ଠାରେ ଅଟୋ ଓଲଟି ଦୁଇ ଗୁରୁତର

ଚକାପାଦ, ୩୧/୧୦ (ବାଳକୃଷ୍ଣ କହଁର) : ଚକାପାଦ ବ୍ଲକ ଶଙ୍କରାଖୋଲ ଠାରୁ ୪ କିଲୋମିଟର ଦୂର ୧୫୭ ଜାତୀୟ ରାଜପଥ କାବାଲାଗାଁ ଠାରେ ଭାରସାମ୍ୟ ହରାଇ ଏକ ଅଟୋ ଖାଲ ଭିତର କୁ ପଶିଯାଇ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ପ୍ରକାରେ ଆହତ ମାନେ ରାଇକିଆ ର ରାଜୁ ପ୍ରଧାନ ଓ ଦିନବନ୍ଧୁ ଦିଗାଲ ବୋଲି ଜଣାପଡ଼ିଛି । ସେମାନେ ରାଇକିଆ ରୁ ଶଙ୍କରାଖୋଲ ହାଟକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଟିକାବାଲି ପୋଲିସ୍ ପହଞ୍ଚି ଅଟୋ କୁ ଜବତ କରିବା ସହ ସେ ମାନଙ୍କୁ ଉଦ୍ଧାର କରି ଫୁଲବାଣୀ ସ୍ବାସ୍ଥ୍ୟକେନ୍ଦ୍ର କୁ ପଠେଇଥିଲେ। 

କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ରିପୋର୍ଟ୍ ନବଦୂତ ନିଉଜ।