Hot Posts

6/recent/ticker-posts

ସାପ କାମୁଡାରେ ମହିଳା ଗୁରୁତର

ଫୁଲବାଣୀ : ୨୬/୧୦ ( ବାଳକୃଷ୍ଣ କହଁର ) ଚକାପାଦ ବ୍ଲକ୍ ଶଙ୍କରାଖୋଲ ପଞ୍ଚାୟତ କାଡାଡି ଗ୍ରାମର ଗୋପାଳ କହଁର ଙ୍କ ସ୍ତ୍ରୀ ଦଇତି କହଁର ଆଜି ସକାଳୁ ଜଙ୍ଗଲ କୁ କାଠ ନେଇଯାଇଥିବା ସମୟ ରେ କୌଣସି ଏକ ସାପ ତାଙ୍କ ହାତରେ କାମୁଡି ଦେଇଥିଲେ। ଯାହା ଫଳରେ ଅଚେତ ହୋଇ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଘରକୁ ନେଇଯାଇ ସ୍ବାମୀ ଙ୍କ ସହ ଫୁଲବାଣୀ ମୁଖ୍ୟଡାକ୍ତରଖାନା କୁ ନେଇଥିଲେ। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି ଜଣାପଡିଛି। କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।