ନାଗାର୍ଜୁନ ଯୁବକ ସଂଘପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ l
ଉମରକୋଟ, ୧୯/୧୦ (ପର୍ଶୁରାମ ନାୟକ) : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ବଡଭରଣ୍ଡି ଗ୍ରାମ ପଂଚାୟତ ଅଧିନ ନାଗ୍ରାଡଙ୍ଗରୀ ଗ୍ରାମରେ ଦୁଇଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇ ଯାଇଛି lଏହି ଟୁର୍ଣ୍ଣାମେଣ୍ଟ ଉକ୍ତ ଗ୍ରାମର ନାଗାର୍ଜୁନ ଯୁବକ ସଂଘ ତରଫରୁ ଆୟୋଜିତ୍ କରାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପୋଡାଗଡର ଗବେଷକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବେହେରା ଯୋଗଦେଇ ଥିବାବେଳେ ଉକ୍ତ ଖେଳକୁ ପରିଚାଳନା କରୁଥିବା ସମସ୍ତ ଯୁବ ଗୋଷ୍ଟୀ ଓ ସଭାପତି ତଥା ପୂର୍ବତନ ସରପଂଚ ଶ୍ରୀଯୁକ୍ତ ଟଙ୍କଧର ଗୌଡ ,ଉପ ସଭାପତି ବାସୁଦେବ ଗୌଡ,ସମ୍ପାଦକ ମାନସ ଗୌଡ ଗ୍ରାମର ସମସ୍ତ ଯୁବକମାନଙ୍କୁ ନେଇ ଏହି ଖେଳ ଆରମ୍ଭ ହୋଇ ଆଜିର ଦିନରେ ଗାଈଝରି ସହ ନାଗ୍ରା ଡଙ୍ଗ୍ରି , ବିଡ୍ରି ଗୁଡା ସହ ବାଲିଆ ବେଢା ,ସାହେବ୍ ଗୁଡା ସହ ଯନ୍ଦ୍ରି ଗୁଡା ,ଦୁରୁଆ ଗୁଡା ସହ ମହୁଲି ଅନୁଷ୍ଟିତ ହୋଇଥିଲା ଓ ବିଡ୍ରୀ ଗୁଡା ସହ ବୀ ଏସ ପଦର୍ ଫାଇନାଲ ଥିଲାବେଳେ ଆସନ୍ତା କାଲି ରବିବାର ଦିନ ଏନ ବି ଏସ ପଦର ସହ ସାନ୍ ଭିମାଆ ଗୁଡା,ନୂଆ ଗୁଡା ସହ ବି ଏସ ପଦର ,କର୍ମୋରି ସହ ଇନ୍ଦିରା କଲୋନୀ , ନାଗ୍ରା ଡଂଗ୍ରୀ ସହ ବଡ଼ ଭିମା ଗୁଡା ପ୍ରତି ଯୋଗିତା ହେବ ଉଦଯାପନୀ ଉତ୍ସବରେ ପୁର୍ବତନ ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ,ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀଙ୍କ ସମେତ ଉମରକୋଟ ବ୍ଲକ୍ ଅଧକ୍ଷା ଶ୍ରୀମତୀ ସୁଶୀଳା ମାଝୀ ,ଜିଲ୍ଲା ପରିଷଦ ସଭ୍ୟା ଡାଳିମ୍ବ ଭତରା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ଆଶାକରା ଯାଉଛି କି ଆସନ୍ତା କାଲି ଅଥଚ ରବିବାର ଦିନ ଅଧିକରୁ ଅଧିକ ଜଣ ସମାଗମ ହେବ lଉକ୍ତ ଗ୍ରାମର ସମସ୍ତ ଯୁବକ ମାନଂକ ଏଭଳି ଉଦ୍ୟମ ପ୍ରସଂଶନୀୟ l