ଡାବୁଗାଁ, ୧୮/୧୦ (ନକୁଲ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନରେ ଥିବା ପାପାଡାହାଣ୍ଡି ବ୍ଳକ ର ମାନିଗାଁ ସରକାରୀ ଆଶ୍ରମ ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ରୁ ବାହାରୁଛି ମଦ ପାଉଚ l ଉକ୍ତ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା l ଏଭଳି ଘଟଣା ଲୋକଲୋଚନକୁ ଆସିବ ଜାଣିବା ପରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ହୃଶୀକେଶ ମିଶ୍ର ନିଜ ମୁଣ୍ଡରୁ ଦୋଷ ଲୁଚାଇବାକୁ ଯାଇ ନବମ ଓ ଦଶମ ର ୯ ଜଣ ଛାତ୍ରଙ୍କୁ ବିଦ୍ୟାଳୟରୁ ସାତ ଦିନ ପାଇଁ ବହିଷ୍କୃତ କରି ଥିବା ଜଣାପଡ଼ିଛି l ମାନିଗାଁ ସରକାରୀ ଆଶ୍ରମ ଉଚ୍ଚ ବିଦ୍ୟାଳୟର ୩ ନମ୍ଵର୍ ଛାତ୍ରାବାସ ଗୃହ ସହ ଅନ୍ୟ ଛାତ୍ରାବାସ ଗୃହ ମଧ୍ୟରେ ମଦପାଉଚ ରହିଥିବା କୌଣସି ସୂତ୍ରରୁ ଜଣାପଡିଥିଲା l ଦଶହରା ଛୁଟି ପୂର୍ବରୁ ଉକ୍ତ ମଦ ପାଉଚ ଗୁଡିକ କେହି ଛାତ୍ରାବାସ ମଧ୍ୟରେ ରଖିଥିବା ସନ୍ଦେହ କରାଯାଉଛି l ତେବେ ପ୍ରଧାନଶିକ୍ଷକ ଶ୍ରୀ ମିଶ୍ର ଛାତ୍ରମାନଙ୍କ ଅଭିଭାବକ ମାନଙ୍କୁ ବିଦ୍ୟାଳୟକୁ ଡ଼କାଇବା ସହ ଡାବୁଗାଁ ଥାନା ପୋଲିସ କୁ ଖବର ଦେଇ ଥିବାରୁ ପୋଲିସ ଯାଇ ସେଠାରେ ତଦନ୍ତ କରିଥିଲେ l ତଦନ୍ତ ରୁ କେଉଁ ଛାତ୍ର ମଦ ପାଉଚ ରଖିଥିବା ଜଣାପଡ଼ି ନ ଥିଲା l ଏହା ପରେ ପ୍ରଧାନ ଶିକ୍ଷକ ଅଭିଭାବକ ମାନଙ୍କୁ ତୁମ ପିଲା ମଦ ପିଉଛନ୍ତି ବୋଲି ଧମକ ଦେଇ ଧଳା କାଗଜ ରେ ଦସ୍ତଖତ ନେଇଥିଲେ l ଏଥିସହ ଅନୂସୁଚିତ ଜାତି ଓ ଜନଜାତିର ନବମ,ଦଶମ ଶ୍ରେଣୀର ୯ ଜଣ ଛାତ୍ର ଙ୍କୁ ୭ ଦିନ ପାଇଁ ବହିଷ୍କାର କରିଥିଲେ l ଅନ୍ୟ ପକ୍ଷରେ କଡା ସୁରକ୍ଷା ମଧ୍ୟରେ ମାନିଗାଁ ଛାତ୍ରାବାସ ରେ ପାଠ ପଢିବାକୁ ଆସିଥିବା ଛାତ୍ର ମାନଙ୍କ ଛାତ୍ରାବାସ ଗୃହରେ କିଏ ଓ କାହିଁକି ମଦ ପାଉଚ ରଖିଛି ତାହାର ପ୍ରଣାମ ମିଳି ନ ଥିଲା l କିନ୍ତୁ ପ୍ରଧାନ ଶିକ୍ଷକ ବିନା ପ୍ରମାଣ ଓ କୌଣସି କାରଣ ନ ଥାଇ ଛାତ୍ର ମାନଙ୍କୁ ବହିଷ୍କୃତ କରି ଥିବା ବେଳେ ମାନିଗାଁ ଛାତ୍ରାବାସ ର ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ସ୍ରୁଷ୍ଟି ହୋଇଛି l ମୁଣ୍ଡ ଉପରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଥିବା ବେଳେ ଦଶମ ଶ୍ରେଣୀର ୫ ଜଣ ଓ ନବମ ଶ୍ରେଣୀର ୪ ଜଣ ଛାତ୍ରଙ୍କୁ ବିଦ୍ୟାଳୟରୁ ବହିଷ୍କୃତ କରିବା ପରେ ଅଭିଭାବକ ମହଲରେ ତୀବ