Hot Posts

6/recent/ticker-posts

ଅଙ୍ଗନଓ୍ବାଡି କର୍ମୀ ଚୟନରେ ଅନିୟମିତତା ଅଭିଯୋଗ, କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ I

ଫୁଲବାଣୀ, ୨୮/୧୦ (ବାଳକୃଷ୍ଣ କହଁର) : ଅଙ୍ଗନଓ୍ବାଡି କର୍ମୀ ଚୟନରେ ଅନିୟମିତତା ଅଭିଯୋଗ କରି ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଲେ ଉତ୍ତ୍ୟକ୍ତ ଗ୍ରାମବାସୀ I ସମସ୍ୟାର ର ସମାଧାନ ନ ହେବା ଯାଏ ତାଲା ଖୋଲିବ ନାହିଁ ବୋଲି ଅଡି ବସିଛନ୍ତି ସ୍ଥାନୀୟଲୋକ ଓ ମହିଳା ମାନେ I ଗୋଟେ ପଟେ ବାତ୍ୟା ମୋ ମନ୍ଥା ପ୍ରଭାବରେ ସାରା ରାଜ୍ୟ ରେ ବର୍ଷା ଲାଗି ରହିଥିବା ବେଳ ଅନ୍ୟପଟେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତ ମଣିପଦର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା I ସୂଚନା ଅନୁଯାୟୀ ମଣିପଦର ଅଙ୍ଗନଓ୍ବାଡି ୱାର୍କର ଅକାଳ ମୃତ୍ୟୁ ପରେ ଗତ ଜୁଲାଇ ମାସରେ ଅଙ୍ଗନବାଡି କେନ୍ଦ୍ର ରେ ଅଙ୍ଗନଓ୍ବାଡି କର୍ମୀଙ୍କ ପଦବୀ ଖାଲିପଡିଥିଲା। ଏହି ପଦବୀ ପୂରଣ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ପ୍ରକାଶ ପରେ ମଣିପଦର ଗାଁର ୧୫ ଜଣ ଆଶାୟୀ ମହିଳା ଓ ଯୁବତୀ ଅଙ୍ଗନଓ୍ବାଡି କର୍ମୀ ପାଇଁ ଆବେଦନ କରିଥିଲେ। ଆବେଦନ ପରେ ଯାଞ୍ଚ ପ୍ରକ୍ରିୟା ମଧ୍ୟ ହୋଇଥିଲା । ମଣିପଦର ଗାଁର ଆବେଦନ କରିଥିବା ୧୪ ଜଣ ମହିଳା ଏବଂ ଜଣେ ଅସହାୟ ବାପା ମା' ଛେଉଣ୍ଡ ଝିଅ ର ଅଧିକ ମାର୍କ ଥିବା ସତ୍ୱେ କର୍ମୀ ନିଯୁକ୍ତି ରେ ପାଇନଥିଲେ। ହେଲେ ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତର ଜଣେ ଅବିବାହିତା ଯୁବତୀ କୁ ନିଯୁକ୍ତି ଦେଇଥିବାରୁ ମଣିପଦର ଗ୍ରାମବାସୀ ବିରୋଧ କରିଥିଲେ । ଏଥି ସହିିତ ଆଶାୟୀ ଆବେଦନ କାରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି l ଯାହାକୁ ନେଇଁ ବାରମ୍ବାର ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ପାଖରେ ଏହି ଅନିୟମିତତା ନେଇଁ ଅଭିଯୋଗ କରିବା ପରେ କେହି ଶୁଣିନଥିଲେ। ତେବେ ବାଧ୍ୟ ହୋଇ ମଙ୍ଗଳବାର ଦିନ ୯ ଠାରୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇବା ସହ ଉତ୍ତ୍ୟକ୍ତ ଗ୍ରାମବାସୀ ଅଙ୍ଗନଓ୍ବାଡି ଆଗରେ ହୋହାଲା କରିଥିଲେ। ଏହାର ସମାଧାନ ନ ହେବା ପର୍ଯ୍ୟନ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପଡ଼ି ରହିବ ବୋଲି କହିଛନ୍ତି ଆନ୍ଦୋଳନ କାରି I ଅନ୍ୟପଟେ ଏହି ଅଙ୍ଗନବାଡି କେନ୍ଦ୍ର ରେ ତାଲା ପକାଇବା ପରେ ଏକ ରୋଚକ ତଥ୍ୟ ସାମ୍ନା କୁ ଆସିଛି I ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ ନୂତନ ଭାବରେ ନିଯୁକ୍ତି ଦିଆ ହୋଇଥିବା ଯୁବତୀ ଜଣକ କିଛିଦିନ ତଳେ ସେହି ମଣିପଦର ଶାନ୍ତିନଗର ଗାଁ ର ଜଣେ ଯୁବକଙ୍କୁ ସ୍ଥାନୀୟ ଏକ ମନ୍ଦିର ରେ ବିବାହ କରିଥିବା ସୂଚନା ମିଳିଥିବା ବେଳେ ସେ ମଣିପଦର ଗାଁ ର ସ୍ଥାନୀୟ ବାସିନ୍ଦା ହୋଇନଥିବା ବେଳେ କିଭଳି ଭାବରେ ସେ ବାସିନ୍ଦା ପ୍ରମାଣ ପତ୍ର ପାଇଲେ ତାକୁ ନେଇ ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ ଙ୍କ ସହ ଆବେଦନ କାରି ମାନେ I ସେପଟେ ଏହି ଅଙ୍ଗନବାଡି କର୍ମୀ ଚୟନ ପ୍ରକ୍ରିୟା ର ନିୟମ ଅନୁସାରେ ଜଣେ ବାପ ମା ଛେଉଣ୍ଡ ଝିଅ କୁ ଅଗ୍ରାଧିକାର ଦେବା କଥା ସେହି ଝିଅ ର ଯୁକ୍ତ ଦୁଇ ମାର୍କ ମଧ୍ୟ ଚାକିରୀ ପାଇଥିବା ଝିଅ ଠାରୁ ଅଧିକ ରହିଛି I ତଥାପି କଉ ପରିସ୍ଥିତିରେ ଓ କାହା ଚାପରେ ପଡି ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ୟ ପଞ୍ଚାୟତ ରୁ ଆସି କିଛିଦିନ ତଳେ ଚାକିରୀ ପାଇବା ଲୋଭରେ ବାହା ହୋଇଯାଇଥିବା ଯୁବତୀ ଙ୍କୁ ଚୟନ କଲେ ତାକୁ ନେଇ ଏବେ ମହିଳା ଓ ଶିଶୁ ବିକାଶ ବିଭାଗ ର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ଦେଖିବାକୁ ବାକିରହିଲା କେବେ ଓ କେଉ ଦିନ ଯୋଗ୍ୟ ଆବେଦନ କାରିଙ୍କୁ ଚାକିରି ଦିଆଯାଉଛି।

 ଫୁଲବାଣୀ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ନବଦୂତ ନିଉଜ୍ ।