Hot Posts

6/recent/ticker-posts

ପାଇକମାଳ ରେ ବ୍ଲକ ସ୍ତରୀୟ ସୁରଭି

ପାଇକମାଳ, ୨୯/୧୦ ( କୃଷ୍ଣଚନ୍ଦ୍ର ସାହୁ ) : ଗତକାଲି ପାଇକମାଳ ବ୍ଲକ ସ୍ତରୀୟ ସୁରଭି ମହୋତ୍ସବ-2025 ଭରୁଆମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଇଓ ଶ୍ରୀ ଅଦନ ସୁନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ବରଗଡ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ପ୍ରଶିକ୍ଷିକା ସୁଶ୍ରୀ ସସ୍ମିତା ସାହୁ,ପାଇକମାଳ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନ, ଟେମରି ସରପଞ୍ଚ ଦିଲୀପ ବେହେରା, କେଛୋଦାଦର ସରପଞ୍ଚ, ଏବିଇଓ ତଥା ବିଆରସିସି ରାଧେଶ୍ୟାମ ମେହେର, ଏବିଇଓ ଚକାମନ ସୁନା, ଦୁବରାଜ ବେସରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଙ୍ଗେଶ୍ୱର ମୁଟକିଆ,ମଞ୍ଚାସିନ ଥିଲେ l
ସେହିପରି ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ,ବିଶିଷ୍ଟ ଅତିଥି ଭାବେ ପାଇକମାଳ ବିଡ଼ିଓ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଅଦୁ, ପାଇକମାଳ ତହସିଲଦାର ଶ୍ରୀମତୀ ସିନ୍ଧୁସୁତା ପାତ୍ର, ବରଗଡ ସାଂସଦ ପ୍ରତିନିଧି ତଥା ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ସୁରେନ୍ଦ୍ର ମୋହନ ସିଂ ବରିହା ଯୋଗଦାନ କରିଥିଲେ l ଏହି ଅବସରରେ ବରିଷ୍ଠ ବିଚାରକ ଭାବେ ଲଖମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଓଡିଆ ଅଧ୍ୟାପକ ଶ୍ରୀମାନ କେଶବ ଚନ୍ଦ୍ର ବାରିକ, ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଓଡିଆ ଅଧ୍ୟାପିକା ରଞ୍ଜିତା ମହାନ୍ତି, ନୃତ୍ୟଗୁରୁ ସୁରେନ୍ଦ୍ର ସାହୁ, ଗବେଷକ ଡ଼ଃ ଲଳିତ ଜଗତ, ସଙ୍ଗୀତ ଗବେଷିକା କମଳା ତାଣ୍ଡି ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା l ପାଇକମାଳ ବ୍ଲକ ର ସମସ୍ତ କ୍ଲଷ୍ଟର ର ଜଣେ ଲେଖାଏଁ ଶ୍ରେଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ମାନପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା l ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଏବଂ ବିଇଓ ଅଫିସ ର ଜୁନିଅର କିରାଣୀ ଉମାକାନ୍ତ ପଟେଲ ଙ୍କୁ ଉତ୍ତମ ପ୍ରଦର୍ଶନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ବର୍ଦ୍ଧିତ କରିଥିଲେ l ଅତିଥି ମାନେ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ ପିଲାମାନେ ଏହି କାର୍ଯ୍ୟକ୍ରମ ଦ୍ଵାରା ସେମାନଙ୍କ ଅନ୍ତର୍ନିହିତ ଗୁଣ ର ବିକାଶ ହୋଇପାରିବ ବୋଲି କହିଥିଲେ l ଏହି ଅବସରରେ ସଙ୍ଗୀତ, ଦଳଗତନୃତ୍ୟ,କୁଇଜ,ବକୃତା,ଚିତ୍ରାଙ୍କନ, ଚିତ୍ରକଳା, ସୃଜନଶୀଳ ଲିଖନ, ପ୍ରବନ୍ଧ ଲିଖନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅତିଥି ମାନେ କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ l ଭରୁଆମୁଣ୍ଡା ବିଦ୍ୟାଳୟ ର ଶିକ୍ଷକ ଗଣ, ଅଭିଭାବକ ଓ ଗ୍ରାମବାସୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ସୁଜାତା ଧରୁଆ, ଚକ୍ରଧର ଅଜଗର,ସନ୍ତୋଷ ମେହେର,ମହେନ୍ଦ୍ର ସେଠ, ନୀଳକଣ୍ଠ ସତନାମୀ, ଚିତ୍ର ବିଶ୍ୱାଳ ସମେତ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ବ୍ଲକ ର ବିଭିନ୍ନ ସ୍କୁଲ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ରେ ବୈଷ୍ଣବ ପଣ୍ଡା, ସୁଜାତା ଧରୁଆ, ଚକ୍ରଧର ଅଜଗର ମଞ୍ଚ ସଂଯୋଜନା କରିଥିବା ବେଳେ ଏବିଇଓ ଚକାମନ ସୁନା ଧନ୍ୟବାଦ ଜ୍ଞାପନ କରିଥିଲେ l


 ପାଇକମାଳ ରୁ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ