ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଅତିରିକ୍ତ ଦାୟିତ୍ଵ
ଜୟପୁର, ୨୮/୧୦ ( ଗୁପ୍ତ ପ୍ରସାଦ ପତ୍ରିକା ) : କୋଲାବ୍ ନଗର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଦବୀରେ ଥିବା ଶ୍ରୀମତୀ ସ୍ବେତାଲିନି ପ୍ରଧାନ ଙ୍କ ବଦଳି ପରେ ଖାଲି ପଡିଥିବା ପ୍ରଧାନ ଶିକ୍ଷକ ଦାୟିତ୍ବ ଶ୍ରୀ ଚନ୍ଦନ କୁମାର ନାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଙ୍କୁ ଦିଆଯାଇଥିବା ଜଣା ପଡିଛି, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ତାଙ୍କ ପତ୍ର ସଂଖ୍ୟା ୨୭୩୦୪ ତା ୨୫.୧୦.୨୦୨୫ ରିଖ ରେ ଏ ନେଇ ନିର୍ଦେଶନାମା ଜାରି କରିଥିଲେ, ନିର୍ଦେଶକ ଙ୍କ ଆଦେଶକୁ ଭିତ୍ତି କରି ଜିଲ୍ଲା ଶିକ୍ଷା ଅଧିକାରୀ କୋରାପୁଟ ତାଙ୍କ ପତ୍ର ସଂଖ୍ୟା ୮୮୦୭ ତା ୨୭.୧୦.୨୦୨୫ ରିଖ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଙ୍କୁ କୋଲାବ ନଗର୍ ଉଚ୍ଚ ବିଦ୍ୟାଳୟ ର ଦାୟିତ୍ୱ ଗ୍ରହଣ କରିବା ନିମନ୍ତେ ଅନୁରୋଧ କରିଥିଲେ, ଉକ୍ତ ଆଦେଶ ଅନୁଯାୟୀ ଶ୍ରୀ ଚନ୍ଦନ କୁମାର ନାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର କୋଲାବ ନଗର୍ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦାୟିତ୍ବ ଗ୍ରହଣ କରିଛନ୍ତି, ଶ୍ରୀ ଦେବାଶିଷ ପ୍ରଧାନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଙ୍କୁ ଦାୟୀତ୍ବ ହସ୍ତାନ୍ତର କରିଥିଲେ, ଦାୟିତ୍ୱ ହସ୍ତାନ୍ତର ସମୟରେ ଶ୍ରୀ ରାଜେନ୍ଦ୍ର ନାରାୟଣ ପାଢି ବିଭାଗୀୟ ଅଧିକାରୀ, ଶ୍ରୀ ଶଶୀଭୂଷଣ ଦାଶ୍ ବରିଷ୍ଠ ସହାୟକ ନଥିପତ୍ର ର ଯାଞ୍ଚ କରିଥିଲେ , ଶ୍ରୀ ନାଗେଶ୍ଵର ରାଓ କନିଷ୍ଠ ସହାୟକ ସମସ୍ତ କାଗଜପତ୍ର ଦାଖଲ କରିଥିଲେ, ଦାୟିତ୍ୱ ଗ୍ରହଣ ସମୟରେ ବରିଷ୍ଠ ଶିକ୍ଷକ ଶ୍ରୀ ଅରୁଣ କୁମାର ସ୍ବାଇଁ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବାଶିଷ ପ୍ରଧାନ ଓ କନିଷ୍ଠ ସହାୟକ ଶ୍ରୀ ନାଗେଶ୍ଵର ରାଓ ନୁତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀ ଚନ୍ଦନ କୁମାର ନାୟକ ଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ
କୋରାପୁଟ ରୁ ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ