ସୁନ୍ଦର ଓ ସୁସ୍ଥ ମନ୍ଦିର ପରିବେଶ ସଚେତନତା କାର୍ଯ୍ୟକ୍ରମ
ବରୀ, ୨୫/୧୦ ( ରଂଜିତ ମହାନ୍ତି ) : ସୁସ୍ଥ ପରିବେଶ ଓ ସୁନ୍ଦର ପରିବେଶ କିପରି ଦେବାଳୟ ଗୁଡିକରେ ସୃଷ୍ଟି କରଯାଇ ପାରିବ ସେ ଦିଗରେ ଭବିଷ୍ୟତ ପିଢ଼ି ଦୃଷ୍ଟି ଦେବା ଉଚିତ l ଏ ଦିଗରେ ଅଧିକରୁ ଅଧିକ ସଚେତନତା ଆବଶ୍ୟକତା ରହିଛି ବୋଲି ଶୁକ୍ରବାର ପୂର୍ବାହ୍ନରେ ମାଆ ବଟ ମଙ୍ଗଳାଙ୍କ ପୀଠ,ଗୋଳକୁଣ୍ଡ ପରିସରରେ ଓଡିଶା ସରକାରଙ୍କ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ସଚେତନତା ସଭାରେ ବିଭାଗୀୟ ଅଧିକାରି ଭରତ ଚନ୍ଦ୍ର ଜେନା ଯୋଗଦେଇ ମତବ୍ୟକ୍ତ କରିଥିଲେ l ସ୍ଥାନୀୟ ପଦ୍ମନାଭ ସରକାରି ଉଚ୍ଚ ବିଦ୍ୟାଳୟ ଓ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହଯୋଗରେ "ସୁନ୍ଦର ଓ ସୁସ୍ଥ ମନ୍ଦିର ପରିବେଶ" ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବରିଷ୍ଠ ସାମ୍ୱାଦିକ ଚୈତନ୍ୟ ଚରଣ ଜେନା, ପ୍ରଦିପ କୁମାର ମହାରଣା, ସନ୍ତୋଷ କୁମାର ରାଉତଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ପଦ୍ମନାଭ ସରକାରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଶତପଥୀ, ସହକାରୀ ଶିକ୍ଷକ ଦଶରଥ ବେଙ୍କ, ବାସୁଦେବ ନାୟକ, ଦୁଷ୍ମନ୍ତ କୁମାର ପତି, ତାପସ କୁମାର ବିଶ୍ବାଳ ଅଙ୍କିତ ନାୟକ, ରସ୍ମିରେଖା ପାଢ଼ି, ଶୋୟମ ପ୍ରଭା ମୁଦୁଲି, ସବ୍ୟସାଚୀ ପଣ୍ଡା, ପ୍ରଦିପ କୁମାର ଜେନା, ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସମେତ ପ୍ରାକ୍ତନ ସରପଞ୍ଚ ଶରତ ଚନ୍ଦ୍ର ଜେନା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦୁଷ୍ମନ୍ତ କୁମାର ଜେନା, ସୁଶାନ୍ତ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ