ଗୋଚର ଓ ଜଙ୍ଗଲ ଜମି ମୁକ୍ତି ପାଇଁ ବାମୁଣିଆଗୁଡ଼ା ଗ୍ରାମବାସୀଙ୍କ ପଦଯାତ୍ରା
ଜୟପୁର, ୨୫/୧୦ ( ଏ. ଭେଙ୍କଟ ରାଓ ) : ଗତ ୨୩ ତାରିଖ ରେ ବୋରିଗୁମ୍ମା ବ୍ଲକ ସସାହାଣ୍ଡି ପଞ୍ଚାୟତ ଅନ୍ତର୍ଗତ ବାମୁଣିଆଗୁଡା ଗ୍ରାମର ସହ ସହ ମହିଳା ପୁରୁଷ ଏକତ୍ରିତ ହୋଇ ଗୋଚର ଜମି, ଜଙ୍ଗଲ ଜମି ଓ ଗ୍ରାମ ଦେବତା-ଦେବୀଙ୍କ ଜମି ଜବରଦଖଲରୁ ମୁକ୍ତ କରିବାକୁ ଦାବି କରି ବାମୁଣିଆଗୁଡ଼ା ଗ୍ରାମର ଗ୍ରାମବାସୀମାନେ ଆଜି ଏକ ପଦଯାତ୍ରା କରି ଆମ୍ବାଗୁଡା ଠାରୁ ଜୟପୁର ଉପଜିଲ୍ଲାପାଳ ଅଫିସ ରେ ପହଞ୍ଚି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ, ଗୋଚର ଓ ଜଙ୍ଗଲ ଜମି ଉପରେ କିଛି ବ୍ୟକ୍ତି ଅବୈଧ ଭାବରେ ଚାଷ କରୁଛନ୍ତି ଓ ଗ୍ରାମ ଦେବା-ଦେବୀଙ୍କ ପୂଜା ହୋଇଥିବା ଜମି ମଧ୍ୟ ଜବରଦଖଲ ହୋଇଛି। ଏହା ଫଳରେ ଗ୍ରାମର ସାମୁହିକ ଉପକାର ଜମି ହାତଛାଡ଼ ହେଉଛି ଓ ଗୋବଂଶ ପାଇଁ ଚରିବା ଜମିର ଅଭାବ ସୃଷ୍ଟି ହେଉଛି ଏହାର ଆସୁ ସମାଧାନ ସକାଶେ ଏକ ଲିଖିତ ଅଭିଯୋଗ ପ୍ରଦାନ କରି ସଂପୃକ୍ତ ଜମିଗୁଡ଼ିକୁ ସରକାରୀ ରେକର୍ଡ ଅନୁସାରେ ମୁକ୍ତ କରିବାକୁ ଓ ଅବୈଧ ଦଖଲକାରୀଙ୍କ ବିରୋଧରେ କାନୁନୀ କାର୍ଯ୍ୟନୁଷ୍ଠାନ ନେବା କହିଛନ୍ତି। ପଦଯାତ୍ରାରେ ଗ୍ରାମର ମହିଳା, ଯୁବକ ଓ ବୃଦ୍ଧମାନେ ପାଖାପାଖି 500 ଜଣ ଯୋଗଦେଇ ଗୋଚର ଓ ଗ୍ରାମ ଦେବତା ଜମିର ସୁରକ୍ଷା ପାଇଁ ଏକତା ପ୍ରଦର୍ଶନ କରିଛନ୍ତି।