ପୂଜା ପାଉଛନ୍ତି ୪୨ ଫୁଟର ମା କାଳୀ
ଉମରକୋଟ, ୨୫/୧୦ ( ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଅନ୍ତର୍ଗତ ୟୁଭି-୫୨ ବଙ୍ଗୀୟ ଗାଁରେ ମହା ଆଡ଼ମ୍ବରରେ ମହାକାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି। ମା ଙ୍କ ୪୨ ଫୁଟ ଉଚ୍ଚତାର ମୃଣ୍ମୟୀ ମୂର୍ତ୍ତି ଆକର୍ଷଣୀୟ ହୋଇଛି। ଭକ୍ତ ମାନଙ୍କୁ ଆକୃଷ୍ଟ କରିବା ପାଇଁ କମିଟି ପକ୍ଷରୁ ମୀନାବଜାର ସହ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଦୀପାବଳି ମଧ୍ୟ ରାତ୍ରିରୁ ପୂଜା ଆରମ୍ଭ ହୋଇଥିବା ବେଳେ ଏହା ୯ଦିନ ଧରି ଚାଲିବ । ଗାଁରେ ଦୀର୍ଘ ୧୪ ବର୍ଷ ଧରି ମାଁଙ୍କ ପୂଜା ପାଇଆସୁ ଥିବାରୁ 'ପୂଜା ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଲୋକେ ପ୍ରୋବଳ ବିଡ୍ ରହିଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରୁ ପଡ଼ୋଶୀ ଛତିଶଃଗଡ ରୁ ମଧ୍ୟ ଭକ୍ତ ମାନେ ଦେଖିବାକୁ ଆସୁଛନ୍ତି। ଅତ୍ୟଧିକ ଜଣ ଗହଲିକୁ ଦେଖି ଆଖି ଆଗରେ ରଖି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସିସିଟିଭି କେମେରା ଲଗାଯାଇଛି ।ଏଠାରେ ମା ଙ୍କ ପୂଜାର୍ଚ୍ଚନା ରେ ମହିଳା ଙ୍କ ବିଶେଷ ଭୂମିକା ରହିଛି । ବୋଲି କମିଟି ର ସଭାପତି କହିଛନ୍ତି। ବଙ୍ଗୀୟ ମହିଳାମାନେ ସମସ୍ତେ ଦାୟିତ୍ଵ ତୁଲାଇ ପରମ୍ପରା ଓ ରୀତିନୀତିରେ ପୂଜାର୍ଚ୍ଚନା କରୁଛନ୍ତି। ଆନନ୍ଦ ଉଲ୍ଲାସରେ ଏଥର ପୂଜା କ୍ରାଯ୍ୟ ଚାଲିଥିବା ସଭାପତି କହିଛନ୍ତି।