ନବରଙ୍ଗପୁର ଜିଲ୍ଲାରେ ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ବିଶେଷ ଗ୍ରାମ ସଭା ଅନୁଷ୍ଠିତ
ନବରଙ୍ଗପୁର, ୦୩ / ୧୦ (ଶେଖର ଖୁରା) : ଗତକାଲି ନବରଙ୍ଗପୁର ବ୍ଲକ୍ ତାରା ଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ଠାରେ ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ଏକ ବିଶେଷ ଗ୍ରାମ ସଭା ହୋଇଯାଇଛି।ତାରା ଗାଁ କ୍ଳଷ୍ଟର ଅଧୀନରେ ତିନୋଟି ଗ୍ରାମ ପିଲିକା, ପାତ୍ରମୁଣ୍ଡା ଓ ଗୁମଗୁଡ଼ାର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତଙ୍କ ସହଭାଗିତାରେ ଗ୍ରାମ ବିକାଶ କାର୍ଯ୍ଯପନ୍ଥା ପ୍ରସ୍ତୁତ କରାଯାଇଛି।କେନ୍ଦ୍ରସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ର ନିର୍ଦେଶିକା ବର୍ଣାଳି ଢେକା କ୍ଲଷ୍ଟର୍ ଆଦି ସେବା କେନ୍ଦ୍ର ଉଦଘାଟନ କରି ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣ କୁ ପ୍ରଶଂସା କରିଥିଲେ। ନିର୍ଦେଶିକା ଶ୍ରୀମତୀ ଢ଼େକା ନିଜ ବକ୍ତବ୍ୟ ରେ ଆଦି ଗ୍ରାମ ବିକାଶରେ ଜନଜାତି ଯୁବକ ଯୁବତୀ କିଭଳି ସଶକ୍ତ ହେବେ,ପାରମ୍ପରିକ ଜୀବିକା ଓ ସ୍ଥାୟୀ ନିରନ୍ତର ସାମାଜିକ - ଆର୍ଥିକ ଉନ୍ନୟନ କୁ ସୁନିଶ୍ଚିତ କରିବେ ଓ ନିଜ ଗ୍ରାମ କୁ ଏକ ଆଦର୍ଶ ମଡେଲ ଗ୍ରାମ ଭାବେ ଗଢି ତୋଳିବା କୁ ଆହ୍ଵାନ କରିଥିଲେ।ଏହି ଅବସରରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ପି ଏ,ଆଇ ଟି ଡି ଏ ରାଜୀବ ଲୋଚନ ସାହୁ,ବି ଡି ଓ ନବରଙ୍ଗପୁର ସୁନିଲ ଖୁରା ପ୍ରମୁଖ ଉପସ୍ଥିତ ଥିଲେ।