Hot Posts

6/recent/ticker-posts

ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଟିକରପଡ଼ା ଗ୍ରାମରେ ଲଗାତାର ଲଗାଣ ବର୍ଷା ଯୋଗୁଁ ଗୋଟିଏ ପରିବାର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି

ରାୟଗଡ଼ା, ୦୩ / ୧୦ ( ଭି. ଗୌରିଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ପିପିଲିଗୁଡ଼ା ଗ୍ରାମ ପଞ୍ଚାୟତ ଟିକରପଡ଼ା ଗାଁରେ ଲଗାତାର ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ଲଗାଣ ବର୍ଷାରେ ଟିକରପଡ଼ା ଗ୍ରାମର କାୟାଲା ମାଣ୍ଡାଗି ଙ୍କ ଏକ ମାତ୍ର ଘର ସଂପୂର୍ଣ ରୂପେ ଭାଙ୍ଗି ଯାଇଛି । ଏହି ଘର ତାଙ୍କର ରହିବା ପାଇଁ ସାହା ଥିଲା ଯାହା ଭାଙ୍ଗିଯିବା ଯୋଗୁଁ ସେ ନିଜ ତିନି ଛୁଆଙ୍କୁ ଧରି କୁଆଡେ ଯିବେ କିଛି ଚିନ୍ତା କରିପାରୁନାହାନ୍ତି । ପ୍ରଶାସନ ତରଫରୁ ଯଦି କିଛି ସହାୟତା ମିଲିପରିଥିଲେ ସେ ନିଜ ସମସ୍ତପରିବାର ସହ ସେ ଜାଗାରେ ରହିଥାନ୍ତି । ଏହି ଲଗାଣ ବର୍ଷାରେ ବହୁ ମାତ୍ରାରେ କ୍ଷୟକ୍ଷତି ହୋଇଛି। ଏହି ଗ୍ରାମରେ ୫୦ ରୁ ଉଦ୍ଧ ପରିବାର ବସ ବାସ କରନ୍ତି । ଏହି କ୍ଷତିଗ୍ରସ୍ତ ପରିବାରକୁ ସାହାଯ୍ୟ କରିବାକୁ ଏହି ଗ୍ରାମର ସରପଞ୍ଚ ଶ୍ରୀମତୀ ରେଣୁକା ମାଣ୍ଡାଗି ଓ ଏହି ଅଞ୍ଚଳର ସମାଜ ସେବୀ ଶ୍ରୀ ସତ୍ୟବାନ ମାଣ୍ଡାଗି ପ୍ରଥମେ ଆସି ସହଯୋଗର ହାତ ବଢ଼ାଇଛନ୍ତି। ଏହି ଲଗାଣ ବର୍ଷା ଯୋଗୁଁ ଆଉପାଖ ଠାରୁ ମାଟି ଅତଡା ଖସି ଯୋଗ ଯୋଗ ବିଛିନ୍ନ ହୋଇପଡ଼ିଛି।