Hot Posts

6/recent/ticker-posts

ପୁର୍ବତନ ଅର୍ଥ ଓ ଆଇନ ମନ୍ତ୍ରୀ ଙ୍କ ଅନ୍ତରଙ୍ଗ ବନ୍ଧୁ ତଥା ବରିଷ୍ଠ କଂଗ୍ରେସ କର୍ମୀ ଙ୍କ ପରଲୋକ

କୋରାପୁଟ, ୦୩ / ୧୦ ( ଗୁପ୍ତ ପ୍ରସାଦ ପତ୍ରିକା ) : ଗୁପ୍ତେଶ୍ୱର ଶୈବପୀଠ ର ପ୍ରଥମ ପୁଜକ ସ୍ବର୍ଗତ ନରସିଂହ ଦାଶ୍ ଙ୍କ ପୁତ୍ର ଶ୍ରୀ ଗଣେଶ୍ୱର ଦାଶ୍ ଙ୍କ ପରଲୋକ ହୋଇଯାଇଛି , ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା, ଶ୍ରୀ ଦାଶ୍ ଜୟପୁର ପାଇଲ ସାହି ର ବାସିନ୍ଦା ଦିର୍ଘ ବର୍ଷ ଧରି ସେ ଗୋଡିଆ ଧୋବା ସାହି ଓ ସୈରା ସାହିର ଯୁବକ ମାନଙ୍କୁ ସାଧନ ଶିକ୍ଷା ଦେବା ସହିତ ନାଟକ ଶିକ୍ଷା ଦେଇଥିଲେ ତେଣୁ ସେ ସାଧନ ଗୁରୁ ଓ ନାଟ ଗୁରୁ ଙ୍କ ସହିତ ଗୋସେଇଁ ମାପୁରୁ ନାମରେ ବେଶ୍ ପରିଚିତ, ସେ ଜଣେ ବିଶିଷ୍ଟ ସମାଜସେବୀ ସହିତ ବରିଷ୍ଠ କଙ୍ଗ୍ରେସ କର୍ମି ଥିଲେ, ପୁର୍ବତନ ଅର୍ଥ ଓ ଆଇନ ମନ୍ତ୍ରୀ ଶ୍ରୀ ରଘୁନାଥ ପଟନାୟକ ଙ୍କ ଅନ୍ତରଙ୍ଗ ବନ୍ଧୁ ସେ ଜଣେ ଷ୍ପଷ୍ଟ ବାଦି, ନିଃସ୍ଵାର୍ଥପର ଓ ନିଷ୍ଠାପର ଥିବା ଯୋଗୁଁ ରଘୁନାଥ ପଟନାୟକ ସମେତ ବହୁ କଙ୍ଗ୍ରେସ ନେତା ତାଙ୍କୁ ଗୋସେଇଁ ବଲି ସମ୍ବୋଧନ କରୁଥିଲେ, ସେ ବିଧାନ ସଭା ନିର୍ବାଚନରେ ଜୟପୁର ନିର୍ବାଚନ ମଣ୍ଡଳୀ ଓ କୋଟପାଡ଼ ନିର୍ବାଚନ ମଣ୍ଡଳୀ ରେ କଙ୍ଗ୍ରେସ ଦଳ ପାଇଁ ବହୁତ କାମ କରିଥିବାର ସୁଚନା ମିଳିଛି, ଅବିଭକ୍ତ କୋରାପୁଟ ଜିଲ୍ଲା ର ରଣା ସମାଜର ଗୁରୁ ଥିଲେ ଶ୍ରୀ ଦାଶ୍, ସେ ତା ୦୨.୧୦.୨୦୨୫ ରିଖ ଦିନ ୧୦ ଘଟିକା ସମୟରେ କୁନ୍ଦୁରା ବ୍ଲକ୍ ଅନ୍ତର୍ଗତ ପୁଜାରୀ ପୁଟ ତାଙ୍କ ଚାଷ ଗାଁ ଠାରେ ହୃଦଘାତରେ ମୃତୁ୍ୟବରଣ କରିଥିଲେ ସେ ଜଣେ ଜମିଦାର଼ ଥିଲେ, ତାଙ୍କ ବିୟଗ ରେ ବହୁ କଙ୍ଗ୍ରେସ ନେତା ଓ କର୍ମୀ ଶୋକ ପ୍ରକାଶ କରିବା ସହିତ ସବୁ ଦଳର ନେତା ଓ କର୍ମୀ ତାଙ୍କର ଶବ ଦାହ କରିବା ସମୟ ରେ ଉପସ୍ଥିତ ଥିଲେ, ଏଥିରେ କୋରାପୁଟ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ରାଧା ବିନୋଦ ସାମନ୍ତରାୟ, କଙ୍ଗ୍ରେସ ନେତା ଶ୍ରୀ ମନୋଜ୍ ପାତ୍ର, ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଭାକର ମୀଶ୍ର , ବିଜେଡି ବରିଷ୍ଠ ନେତା ଶ୍ରୀ ବୃନ୍ଦାବନ ମଲ୍ଲିକ ଓ ସମାଜ ସେବୀ ଶ୍ରୀ ବଲ୍ଲଭ ପଟ୍ଟନାୟକ ଙ୍କ ସମେତ ଶତାଧିକ କର୍ମି, ନେତା, ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ରହି ସ୍ବର୍ଗତ ଦାଶ୍ ଙ୍କ ଅମର ଆତ୍ମାର ସଦଗତି କାମନା କରିଥିବା ଶ୍ରୀ ଶଶୀଭୂଷଣ ଦାଶ୍ ଗଣ ମାଧ୍ୟମକୁ ସୁଚନା ଦେଇଥିଲେ