ଝରିଗାଁ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର — ୨୦୧ ଜଣଙ୍କୁ ଦିବ୍ୟାଙ୍ଗ ପରିଚୟ ପତ୍ର ବଣ୍ଟନ
ଝରିଗାଁ, ୧୩/୧୦ ( ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ମିଳିତ ଉଦ୍ୟମରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମାଝୀ, ସମ୍ମାନୀୟ ଅତିଥି ଭାବେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ,ବିଡ଼ିଓ ମଧୁସୂଦନ ମାଝୀ, ଡିଏସଏସଓ ସୁଧାଂଶୁ ପାତ୍ର, ଡି ଜି ଓ ରମେଶ ହରିଜନ,ବିଏସଏସଓ ସୌରବ କେତନ ବେହେରା,ପିଏ ଟିଟୁ ବେହେରା,ଯୁବମୋର୍ଚ୍ଚା ସଭାପତି ଗଜେନ୍ଦ୍ର ପାଣ୍ଡେ, ଗୁରୁସିଙ୍ଗା ,ସରପଞ୍ଚ ମହୋନ ମାଝୀ,ସମେତ ବିଭିନ୍ନ ପଞ୍ଚାୟତ ଲୋକପ୍ରତିନିଧି ମାନେ ଉପସ୍ଥିତ ଥିଲେ,।ଝରିଗାଁ ବ୍ଲକ ର ୨୪ ଗୋଟି ପଞ୍ଚାୟତର ୨୫୪ ଜଣ ଦିବ୍ୟାଙ୍ଗ ନାମ ପଞ୍ଜିକରଣ କରିଥିଲେ। ସେତିମଧ୍ୟରୁ ,୩୬ ଦୃଷ୍ଟିହୀନ ,୩୫ ମାନସିକ , ବେକାର ଗସ୍ତ ୩୭ ଅସ୍ଥିସଲ୍ୟୋ ୧୩୯ ଓ ଅନ୍ୟାନ୍ୟ ୭ ଜଣ ଥିଲେ। ୨୦୧ ଜଣଙ୍କୁ ଦିବ୍ୟଙ୍ଗ ପରିଚୟ ପତ୍ର ପ୍ରଧାନ କରାଯାଇଥିଲା।ଶିବିରରେ ସ୍ୱାସ୍ଥ ବିଭାଗ ପକ୍ଷରୁ ଅସ୍ଥିସଲ୍ୟ ବିଭାଗ ବିଶେଷଜ୍ଞ ଡ଼ ସିତାନନ୍ଦ ଦୁଧିଆ , ଦୃଷ୍ଟି ବାଧିତ ବିଶେଷଜ୍ଞ,ଡ ଏସ ଏସ ପ୍ରଧାନ,ଗଲା ବିଶେଷଜ୍ଞ ଡ.ସୁଦିପ୍ତ ରାଉତ, ମାନସିକ ବିଶେଷଜ୍ଞ ଡ ଏନ ଧନଞ୍ଜୟ ପତ୍ର ସମେତ ବିଶେଷଜ୍ଞ ସହାୟକ ବିଭୂଦତ୍ତ ସେଠି, ଶିବ ପ୍ରସାଦ ସାହୁ , ନବଘନ ସେଠି,ଘନଶ୍ୟାମ ବେହେରା ପ୍ରମୂଖ ଯୋଗଦେଇଥିଲେ।