ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
କନ୍ଧମାଳ, ୨୪/୧୦ (ଅଚ୍ୟୁତ ଜାନି) : କନ୍ଧମାଳ ଜିଲ୍ଲାର ସ୍ଥାନୀୟ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କନ୍ଧମାଳ, ଶ୍ରୀ ବେଦଭୂଷଣଙ୍କ ସଭାପତିତ୍ୱରେ ଗୁରୁବାର ଦିନ ସଡ଼କ ସୁରକ୍ଷା କମିଟି ବୈଠକ ଆୟୋଜିତ ହୋଇଯାଇଅଛି । ଜିଲ୍ଲାପାଳ ସଡ଼କ ସୁରକ୍ଷା ଆକ୍ସନ ପ୍ଲାନ ଉପରେ ଆଲୋଚନା କରିବା ସହିତ ଦୁର୍ଘଟଣା ପ୍ରବଣ ଜାଗାକୁ ଚିହ୍ନଟ କରି ନିୟମିତ ସେହି ସ୍ଥାନରେ ହେଲମେଟ ଚେକ କରିବା ପାଇଁ ପରାମର୍ଶ କରିଥିଲେ ଏବଂ ଦୁର୍ଘଟଣାର ତୁରନ୍ତ ପରେ ପୀଡିତଙ୍କୁ ହସ୍ପିଟାଲ ନେଇଥିବା ୪ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଆଞ୍ଚଳିକ ପରିବହନ ଅଧିକାରୀ ମିଲି ସାହୁ ଏହି ପରିଚାଳନା କରିଥିଲେ । ଏହି ବୈଠକରେ ଉପଜିଲ୍ଲାପାଳ ବାଲିଗୁଡା ପ୍ରଣିତା ଦାଶ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଶମ୍ଭୁନାଥ ନନ୍ଦୀ, ଡି.ସି.ଓ, ଡି.ଆଇ.ପି.ଆର.ଓ- ତଥା- ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀ, ଶ୍ରୀ ଗଦାଧର ପାତ୍ର ଓ ବିଭାଗୀୟ ଅଧିକାରୀଙ୍କ ସମେତ ସମ୍ପାଦକ,ବେସରକାରୀ ବସ ମାଲିକ ସଂଘ ଶ୍ରୀ ଅକ୍ଷୟ କୁମାର ପଟ୍ଟନାୟକ, ଟ୍ରକ ମାଲିକ ସଂଘର ସଦସ୍ୟ ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।