ବଡ଼ ଜିଉନା ଠାରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୟପୁର, ୨୪ / ୧୦ ( ଗୁପ୍ତ ପ୍ରସାଦ ପତ୍ରିକା / ଏ.ଭେଙ୍କେଟ ରାଓ ) : ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ କାଳିଆ ଗାଁ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ରାମେଶ୍ବର ପଣ୍ଡା ଙ୍କ ଦ୍ବାରା ବଡ଼ ଜିଉନା ଠାରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା, କୋରାପୁଟିଆ ପାରମ୍ପରିକ ନୃତ୍ୟ ଢେମସା ରେ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଚନ୍ଦନ କୁମାର ନାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ, ଶ୍ରୀ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ତଥା ରାଜ୍ୟ ଉପ ସଭାପତି, ଶ୍ରୀ ରାଜେନ୍ଦ୍ର ନାରାୟଣ ପାଢି ବିଭାଗୀୟ ଅଧିକାରୀ, ଶ୍ରୀ କେ ଗୋପାଳ ଓ ଶ୍ରୀ ସୋମନାଥ ଗାଦବା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ୧୮ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦାନ କରିବା ସହିତ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ଏଥିରେ ୧୩ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଙ୍ଗିତ ଓ ନୃତ୍ୟ ପରିବେଷଣ କରିଥିଲେ, ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମରେ କାଳିଆ ଗାଁ ଗୋଷ୍ଠୀ ସାଧନ କେନ୍ଦ୍ର ର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଭାଗିରଥି ବାରିକ, ଶ୍ରୀ ରୁଦ୍ର ପ୍ରସନ୍ନ ପାଣିଗ୍ରାହୀ , ଶ୍ରୀ ଆଦିତ୍ୟ ପଟ୍ଟନାୟକ, ଶ୍ରୀମତୀ ବିଜୟ ଲକ୍ଷ୍ମୀ ପାଣିଗ୍ରାହୀ, ଶ୍ରୀମତୀ ରଶ୍ମିରେଖା ଗୈଡ, ଶ୍ରୀମତୀ ସଂଯୁକ୍ତା ରାଉତ, ପୁର୍ବତନ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସର୍ବେଶ୍ଵର ପଟ୍ଟନାୟକ, ହିସାବ ରକ୍ଷକ ଶ୍ରୀ ରଞ୍ଜିତ ମହାନ୍ତି, ମନୋଜ ପଟ୍ଟନାୟକଙ୍କ ସମେତ ବହୁ କର୍ମଚାରୀ ଯୋଗଦାନ କରିଥିଲେ. ଶ୍ରୀ ପୁରନ୍ଦର ନାୟକ ପ୍ରଧାନ ଶିକ୍ଷକ ଧାରଣାହାଣ୍ଡି ପ୍ରାଥମିକ ବିଦ୍ୟାଳୟ ମଞ୍ଚ ପରିଚାଳନା କରିଥିଲେ, ଶ୍ରୀମତି ବିଜୟଲକ୍ଷ୍ମୀ ପାଣିଗ୍ରାହୀ ଅତିଥି ଙ୍କୁ ସ୍ବାଗତ କରିଥିଲେ, ଶ୍ରୀ ମତି ମମତା ମହାପାତ୍ର କୃତି ଛାତ୍ର ଛାତ୍ରୀ ଚୟନ କରିଥିଲେ. ପରିଶେଷରେ ଶ୍ରୀ ରାମେଶ୍ବର ପଣ୍ଡା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ କାଳିଆ ଗାଁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ସହ ଏ,ଭେଙ୍କେଟ ରାଓ ରିପୋର୍ଟର ନବଦୂତ ନ୍ଯୂଜକରିବା ସହିତ ସଭା ଭଙ୍ଗ କରିଥିଲେ
ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ସହ ଏ.ଭେଙ୍କେଟ ରାଓ ଙ୍କ ରିପୋର୍ଟ ନବଦୂତ ନ୍ଯୂଜ